IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ପେଟରେ ଗ୍ୟାସ୍ ହେଉଛି କି? କଣ ରହିଛି କାରଣ, ଭୁଲ ରେ ବି କରନ୍ତୁନି ଏହି କାମ, ନହେଲେ ପସ୍ତେଇବେ

ବର୍ତମାନ ପେଟରେ ଗ୍ୟାସ ହେବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଉଛି । ହେଲେ ସକାଳୁ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହେବାର ବିଭିନ୍ନ କାରଣ ହୋଇପାରେ । ତେଣୁ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ । ନହେଲେ ଭୋଗିବାକୁ ପଡିବ ଏହି ବଡ ଦଶା । ଏହା ଆପଣଙ୍କ ଖାଦ୍ୟପେୟ ତଥା ଜୀବନଶୈଳୀ ଉପରେ ଅନେକାଂଶରେ ନିର୍ଭର କରେ । ହେଲେ ଏହି ଗ୍ୟାସ ଯୋଗୁଁ ଅନେକ ସମୟରେ ଶରୀରରେ ବିଭିନ୍ନ ଯନ୍ତ୍ରଣା ସୃଷ୍ଟି ହୁଏ ।

ସବୁଠାରୁ କଷ୍ଟକର ହେଉଛି ସକାଳୁ ସକାଳୁ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହେବା । ଏଥିପାଇଁ ଅନେକ ପେଟ ଯନ୍ତ୍ରଣା ଓ ବାନ୍ତି ପରି ସମସ୍ୟା ଭୋଗନ୍ତି । ତେବେ ଏହାର ଅନେକ କାରଣ ହୋଇପାରେ ।

ଯଦି ଆପଣ ରାତି ଭୋଜନ ଅଧିକା ଖାଆନ୍ତି କିମ୍ବା ଅଧିକ ପରିମାଣର ସାଲାଡ୍ ଖାଇଥାନ୍ତି ତେବେ ସକାଳୁ ପେଟରେ ଗ୍ୟାସ ସୃଷ୍ଟି ହୋଇଥାଏ । ବିନ୍ସ, ମୁଗଡାଲି, ଫୁଲକୋବି, ବନ୍ଧାକୋବି ଆଦିରେ ଫାଇବର ଓ କାର୍ବୋହାଇଡ୍ରୋଟ୍ ଅଧିକ ମାତ୍ରାରେ ଥାଏ । ଯଦି ଆପଣ ରାତି ଭୋଜନରେ ଏହାକୁ ଖାଆନ୍ତି ତେବେ ପେଟରେ ଥିବା ରୋଗାଣୁ ଏହାକୁ ଫର୍ମେଣ୍ଟ କରେ । ଫଳରେ ପେଟରେ ସିଓ-୨, ମିଥେନ୍ ଆଦି ଗ୍ୟାସ ସୃଷ୍ଟି ହୁଏ । ସକାଳୁ ସକାଳୁ ଖାଲି ପେଟରେ ମଧ୍ୟ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ।

ଏହାସହ ରାତି ଭୋଜନରେ ମସଲା ଯୁକ୍ତ ଖାଦ୍ୟ ଖାଇଲେ ବି ପେଟରେ ପ୍ରବଳ ଗ୍ୟାସ ହେବା ସହ ସକାଳୁ ସକାଳୁ ମଧ୍ୟ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ । ତେଣୁ ରାତି ଭୋଜନରେ ଏସବୁ ଖାଦ୍ୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।

ଯଥେଷ୍ଟ ପରିମାଣ ପାଣି ନପିବା ସକାଳୁ ଗ୍ୟାସ ସମସ୍ୟାର ଆଉ ଏକ କାରଣ । ଅନେକ ଖାଦ୍ୟ ଖାଇବା ମଝିରେ ପାଣି ପିଉଥିବା ବେଳେ ଖାଦ୍ୟ ଖାଇବା ପରେ କିନ୍ତୁ ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ଫଳରେ ପେଟରେ ଖାଇଥିବା ଖାଦ୍ୟ ଫରମେଣ୍ଟ ହୋଇ ଗ୍ୟାସ ସୃଷ୍ଟି କରେ ।

ଏହାବ୍ୟତୀତ କିଛି ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ବିଶେଷ କରି ସକାଳୁ ସକାଳୁ ନିତ୍ୟ କର୍ମ ସାରିବା ପରେ ବି ପେଟରେ ଗ୍ୟାସ ହୋଇଯାଏ । ଯେପରିକି ହାଇବର୍ଟିକ୍ୟୁଲାଇଟିସ୍, ଅଲ୍ସରେଟିଭ୍ କୋଲାଇଟିସ୍, କ୍ରୋହନ୍ସ ଡିଜିଜ୍, ଇରିଟେବଲ ବାଉଲ ସିଣ୍ଡ୍ରୋାମ୍, ମଧୁମେହ, ଥାଇରଏଡ୍ ଓ ଇଣ୍ଟେଷ୍ଟାଇନ୍ ବ୍ଲକେଜ୍ ହେଲେ ମଧ୍ୟ ଭୋର ସମୟରେ ପେଟରେ ପ୍ରବଳ ଗ୍ୟାସ ହୁଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ଏସବୁକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button