ସହିଦ ପୁଅକୁ ଝୁରି ଆଖିବୁଜିଲେ ମାଆ – Ibnodisha

[ad_1]
ଆନନ୍ଦପୁର: ନକ୍ସଲ ଗୁଳିରେ ସହିଦ ହୋଇଥିବା ଆନନ୍ଦପୁରର ସିଆର୍ପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ତାଙ୍କ ମାଆ ସୁନ୍ଦରୀ ଖୁଣ୍ଟିଆ (୫୮) ଆଖି ବୁଜିଛନ୍ତି। ପ୍ରଥମେ ସ୍ବାମୀ ଓ ପରେ ଦୁଇପୁଅଙ୍କୁ ହରାଇଥିଲେ ସୁନ୍ଦରୀ। ସାନପୁଅ ସୁଶାନ୍ତ ତାଙ୍କର ଏକମାତ୍ର ସାହାଭରସା ଥିଲେ। ଗତ ୧୧ ତାରିଖରେ ସାନପୁଅ ସୁଶାନ୍ତ ନକ୍ସଲ ଗୁଳିରେ ସହିଦ ହୋଇଥିଲେ। ଏହି ଘଟଣା ପରେ ସୁନ୍ଦରୀ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଜି ପୂର୍ବାହ୍ନରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତଚାପ କମିଯିବା ଯୋଗୁଁ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁକୁ ଆଜି ୮ ଦିନ ହୋଇଥିଲା। ଏକାଦଶାହ ପାଇଁ ପରିବାର ଲୋକେ ପ୍ରସ୍ତୁତି କରୁଥିଲେ। ଏହି ଘଟଣା ପରେ ସବୁ କିଛି ବନ୍ଦ କରାଯାଇଥିବା ସୂଚନା ମିଳିଛି।
[ad_2]




