ରାଜ୍ୟ

ସ୍ମାର୍ଟ ଜନପଥରେ ଉପୁଡ଼ି ପଡ଼ିଲା ବାଉଁଶ ବାଡ଼, ଦୁର୍ଗାପୂଜା ଭସାଣି ସମୟରେ ଲୋକେ ଭାଙ୍ଗିଦେଲେ ବାଡ଼

ଭୁବନେଶ୍ୱର,୨୨/୧୦: ସ୍ମାର୍ଟ ଜନପଥରେ ଲାଗିଥିବା ବାଉଁଶ ବ୍ୟାରିକେଡ ଉପୁଡି ପଡିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ବାଉଁଶ ମାତ୍ର ୩ ବର୍ଷ ଭିତରେ ନଷ୍ଟ ହୋଇଛି । ସତ୍ୟନଗର ପାଖରେ ଏହି ବାଉଁଶବାଡ ଉପୁଡି ପଡିଛି । ଭୁବନେଶ୍ୱର ଇକୋ ଫ୍ରୋଣ୍ଡଲି କରିବା ପାଇଁ ସ୍ମାର୍ଟ ଜନପଥରେ ବାଣୀବିହାରରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ବାଉଁଶବାଡ ଲଗାଯାଇଥିଲା ।

ଏହାର ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମକୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ମାତ୍ର କିଛି ଦିନ ଭିତରେ ଏହି ବାଡ ଭାଙ୍ଗିଗଲାଣି । ଫଳରେ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ବାଉଁଶ ବାଡ଼ ଦୁର୍ବଳ ହୋଇଯାଇଛି ସତ । କିନ୍ତୁ ଦୁର୍ଗାପୂଜା ଭସାଣି ସମୟରେ ଲୋକେ ବାଡ଼ ଭାଙ୍ଗିଥିବା ନେଇ ଅଭିଯୋଗ ଆଣିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button