IBN ଓଡ଼ିଶା ବ୍ୟୁରୋ

ଓ୍ୱକଫ୍ ବିଲ୍‌କୁ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ, ଭାଙ୍ଗିଲେ କାଚ ବୋତଲ

ଓ୍ୱକଫ ବିଲ୍କୁ ନେଇ ଜେପିସି ବୈଠକରେ ହଙ୍ଗାମା। ମୁହାଁମୁହିଁ ହେଲେ ବିଜେପି ଓ ଟିଏମ୍ସି। ରାଗିଗଲେ ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ। ରାଗିଯାଇ ଭାଙ୍ଗି ଦେଲେ କାଚ ବୋତଲ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି।

ଆଜି ଓ୍ୱକଫ୍ ବିଲ୍କୁ ନେଇ ସଂସଦ ପରିସରରେ ସଂଯୁକ୍ତ ସଂସଦୀୟ କମିଟି ବୈଠକ ବସିଥିଲା।

ଏଥିରେ ତୃଣମୂଳ କଂଗ୍ରେସ ନେତା କଲ୍ୟାଣ ବାନାର୍ଜୀ ଓ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଛି। ଏଥିରେ କଲ୍ୟାଣ ବାନାର୍ଜୀ ରାଗି ଯାଇ ପାଖରେ ରଖାଯାଇଥିବା ପାଣିର କାଚ ବୋତଲକୁ ଭାଙ୍ଗି ଦେଇଛନ୍ତି। ଫଳରେ ତାଙ୍କ ହାତରେ ଆଘାତ ଲାଗିଛି। ତାଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କ ହାତରେ ୪ଟି ଷ୍ଟିଚ୍ ପଡିଛି।

ସୂତ୍ର ଅନୁଯାୟୀ ଏହି ବୈଠକରେ ଅନେକ ଅବସରପ୍ରାପ୍ତ ବିଚାରପତି, ଲିଗାଲ ଏକ୍ସପର୍ଟ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସେମାନେ ନିଜ ନିଜ କଥା ରଖୁଥିଲେ। ଏହି ସମୟରେ ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀ ମଝିରୁ ଠିଆ ହୋଇ ମୋତେ କିଛି ପଚାରିବାର ଅଛି ବୋଲି କହିଥିଲେ। ଆପଣ ଅନେକ ଥର କହି ସାରିଛନ୍ତି କହି ତାଙ୍କୁ ଚେୟାରମେନ୍ ବାରଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button