IBN ଓଡ଼ିଶା ବ୍ୟୁରୋ

ବୁଲନ୍ଦସହରରେ ସିଲିଣ୍ଡର ବିସ୍ଫୋରଣ : ମାଟିରେ ମିଶିଗଲା ବିଲିଡିଂ, ପରିବାରର ୬ ଜଣଙ୍କ ମୃତ୍ୟୁ

ତ୍ତରପ୍ରଦେଶ ବୁଲନ୍ଦସହରରେ ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣରେ ଏକ ବିଲିଡିଂ ମାଟିରେ ମିଶିଯାଇଛି । ବୁଲନ୍ଦସହରର ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ରହୁଥିବା ରିୟାଜୁଦ୍ଦିନଙ୍କ ଘରେ ଏହି ଦୁର୍ଘଟଣା ଘଟିଛି । ସୂଚନାପାଇ ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ମୁତାବକ, ବୁଲନ୍ଦସହରର ସିକନ୍ଦରାବାଦ ଥାନା ଆଶାପୁରୀ ସାହିରେ ରିୟାଜୁଦ୍ଦିନ ଶଟରିଙ୍ଗ କାମ କରୁଥିବା ବେଳେ ହଠାତ୍ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। । ଏଥିସହ ୯ ପରିବାରର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏକ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଏହି ଘରେ ୧୮ରୁ ୧୯ ଜଣ ଲୋକ ରହୁଥିଲେ । ଘଟଣାଟି ରାତି ୮.୩୦ ରୁ ୯ଟା ମଧ୍ୟରେ ଘଟିଥିବା ବୁଲନ୍ଦସହର ଜିଲ୍ଲାପାଳ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button