ନିଦ ଖୋଲିବା ପରେ ହଲିବାରେ ହୋଇଥାଏ ଅସୁବିଧା କି ପାଟିରୁ ବାହାରେ ନାହିଁ ଆବାଜ, ତେବେ ଜାଣି ନିଅନ୍ତୁ ଏମିତି କାହିଁକି ହୋଇଥାଏ ?
ଆପଣ ଭୁତ ଫିଲ୍ମରେ ପ୍ରାୟତଃ ଦେଖି ଥିବେ କି ଯେତେବେଳେ ଭୁତ ରୁମ ଭିତରେ ଆସିଥାଏ ତେବେ ତାହା ସାମନାରେ ଥିବା ଲୋକଙ୍କ ମୁହଁରୁ ନା ହିଁ ଆବାଜ ବାହାରେ ଏବଂ ନା ହିଁ ସେ ହଲିପାରନ୍ତି । ତେବେ ଆପଣଙ୍କୁ ଲାଗେ କି ଏହା କେବଳ ଫିଲ୍ମରେ ହିଁ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହା ଅସଲ ଜୀବନରେ ବି ହୋଇଥାଏ ।
ଆପଣଙ୍କ ସହିତ ବି ବୋଧେ ଏମିତି କିଛି ହୋଇଥିବ କି ଆପଣଙ୍କର ନିଦ ଅଚାନକ ଭାଙ୍ଗିଯିବ କିନ୍ତୁ ନିଜକୁ ହଲାଇ ପାରୁ ନଥିବେ ମାନେ ଆପଣଙ୍କର ହାତ, ଗୋଡ ଏବଂ ଶରୀରର କାମ କରୁନଥିବ । ନା ହିଁ ଆପଣଙ୍କ ପାଟିରୁ କିଛି ଆବାଜ ବାହାରୁଥିବ । ଆପଣ ସବୁ ଦେଖି ଶୁଣି ପାରୁଥିବେ କିନ୍ତୁ କିଛି କରି ପାରୁ ନଥିବେ ।
ଲାଗେ କି ଆପଣଙ୍କ ଶରୀରକୁ କେହି ଜଣେ କଣ୍ଟ୍ରୋଲ କରୁଛି । ଏବଂ କେତେ ଥର ଆପଣଙ୍କୁ କିଛି ଅଜୀବ ଜିନିଷ ଦେଖା ଯାଉଥିବ କିମ୍ବା ଶୁଣା ଯାଉଥିବ । କିଛି ଲୋକମାନେ ଏହାକୁ ଭୁତ ପ୍ରେତ ବୋଲି କହିଥାନ୍ତି । କିନ୍ତୁ ଅସଲରେ ଏହିଭଳି କିଛି ହୋଇ ନଥାଏ ।
ମେଡିକାଲ ଭାଷାରେ ଏହି ପ୍ରକାରର ଅବସ୍ଥାକୁ ‘ସ୍ଲୀପ ପାରାଲିସିସ’ କୁହାଯାଏ । ଏବଂ ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କର ମୁଣ୍ଡର କିଛି ଭାଗ ଶୋଇଥାଏ ଏବଂ କିଛି ଭାଗ ଉଠି ଯାଇଥାଏ ।
ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ଅଧା ନିଦରେ ଥାନ୍ତି ଏବଂ ଅଧା ଜାଗି ଥାନ୍ତି । ଏମିତିରେ ଆପଣ ଯେତେବେଳେ ନିଜର ଗୋଡ ଏବଂ ହାତକୁ ହଲାଇବାକୁ ଚେଷ୍ଟା କରନ୍ତି ତେବେ ଆପଣ କିଛି ସମୟ ପର୍ଯ୍ୟନ୍ତ ଏହାକୁ କରିବାରେ ଅସମର୍ଥ ହୋଇଥାନ୍ତି । ଏବଂ ଆପଣ ସାଧାରଣ ସେତେବେଳେ ହୋଇଥାନ୍ତି ଯେତେବେଳ ଆପଣ ନିଜକୁ ପୁରାପୁରି ଜଗାଇ ଥାନ୍ତି ।
କେତେବେଳେ ହୋଇଥାଏ ସ୍ଲୀପ ପାରାଲିସିସ ?
କହିଦେଉଛୁ ଯେ ସ୍ଲୀପ ପାରାଲିସିସ ୨ ପ୍ରକାର ହୋଇଥାଏ । ଗୋଟିଏ ହେଉଛି ଯେତେବେଳେ ଆପଣ ଶୋଇବାକୁ ଚେଷ୍ଟା କରନ୍ତି ଏବଂ ଦ୍ଵିତୀୟଟି ହେଉଛି ଯେତେବେଳେ ଆପଣ ଉଠିବାର ଅଛନ୍ତି । ଯଦି ଶୋଇବା ସମୟରେ ଆପଣଙ୍କ ସହିତ ଏହିଭଳି କିଛି ହେଉଛି ତେବେ ତାହାକୁ ହିପ୍ନୈଗୋଗିକ ସ୍ଲୀପ ପାରାଲିସିସ କୁହନ୍ତି ଏବଂ ଆଉ ଉଠିବା ସମୟରେ ଏହିଭଳି କିଛି ହେଉଛି ତେବେ ତାହାକୁ ହିପ୍ନୋପମ୍ପିକ ସ୍ଲୀପ ପାରାଲିସିସ କୁହାଯାଏ ।