ଖାଦ୍ୟ ଅନ୍ୱେଷଣରେ ଆସି କୂଅରେ ପଡ଼ିଗଲେ ୨୮ ବାରହା

କେନ୍ଦୁଝର: ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗାଁସ୍ଥିତ ଘଟିଛି ଅଭାବନୀୟ ଘଟଣା। ଏହି ଗାଁର କିଷାନ ସାହିର ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୨୮ରୁ ଉର୍ଦ୍ଧ ଜଙ୍ଗଲୀ ବାରାହା। ଖବର ପାଇ ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି। ଖାଦ୍ୟ ଅନ୍ୱେଷଣରେ ଆସି ଗତରାତିରୁ ବାରହାମାନେ କୂଅରେ ପଡ଼ି ରହିଛନ୍ତି।
ବାରହାମାନେ ଜମିରୁ ଫସଲ ଖାଇବାକୁ ଗତ ରାତିରେ ଭଗାମୁଣ୍ଡା ଗାଁମୁହାଁ ହୋଇଥିଲେ। ମାତ୍ର ହଠାତ୍ ସେମାନେ ବିଲ ମଝିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ। ଆଜି ସକାଳେ ଏକ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ବାରହାମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି।
ଧାନ ଖାଇ ଫେରୁଥିବା ବେଳେ କୂଅରେ ଖସିପଡ଼ିଛନ୍ତି ଏହି ବାରହା। ଏକ ଜେସିବି ସହାୟତାରେ କୂଅ ନିକଟରୁ ରାସ୍ତା ତିଆରି ହେଉଛି। ଉକ୍ତ ରାସ୍ତା ଦେଇ ବାରହାମାନେ ଜଙ୍ଗଲକୁ ଚାଲିଯିବେ ବୋଲି ବନ ଅଧିକାରୀ କହିଛନ୍ତି। ଅନ୍ୟପଟେ ଘଟଣାସ୍ଥଳରେ ବହୁ ଲୋକ ରୁଣ୍ଡ ହୋଇଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ବନ ବିଭାଗକୁ ନାକେଦନ ହେବାକୁ ପଡ଼ୁଛି। କାରଣ କୂଅ ଭିତରେ ଦୀର୍ଘ ସମୟ ହେଲା ପଡ଼ି ଯାଇଥିବା ବାରହାମାନେ ହିଂସ୍ର ହୋଇଯିବାରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ରହିଛି।