ଦେଶ

‘ବୈଷୟିକ ତ୍ରୁଟି’ ଦର୍ଶାଇ ସନ୍ନି ଦେଓଲ୍‌ଙ୍କ ବଙ୍ଗଳା ନିଲାମ ନୋଟିସ୍‌ ପ୍ରତ୍ୟାହାର କଲା ବ୍ୟାଙ୍କ୍‌ – Ibnodisha

[ad_1]

ମୁମ୍ବାଇ: କମ୍ପ୍ୟୁଟର୍‌ଜନିତ ତ୍ରୁଟି ବା ‘ଟେକ୍‌ ଗ୍ଲିଚ୍‌’ ଯୋଗୁଁ ଅଭିନେତା ସନ୍ନି ଦଓେଲ୍‌ଙ୍କ ଜୁହୁସ୍ଥିତ ବଙ୍ଗଳା ବା ଭିଲ୍ଲା ‘ଇ-ଅକ୍ସନ୍‌’ ତାଲିକାଭୁକ୍ତ ହୋଇଥିବା ଦର୍ଶାଇ  ବ୍ୟାଙ୍କ୍‌ ଅଫ୍‌ ବରୋଦା ତାହାକୁ ପ୍ରତ୍ୟାହାର କରିଥିବା କଥା ସୂଚନା ଦେଇଛି।

ଏକଥା ଉଲ୍ଲେଖ କରି ରବିବାର ଦିନ ବ୍ୟାଙ୍କ୍‌ ସାନି ନୋଟିସ୍‌ ଜାରି କରିଛି। ନୂଆ ନୋଟିସ୍‌ରେ କୁହାଯାଇଛି ଯେ, ବୈଷୟିକ ତ୍ରୁଟିଜନିତ କାରଣରୁ ରବିବାର ଦିନ ଜାରି ହୋଇଥିବା ନୋଟିସ୍‌କୁ ରଦ୍ଦ କରାଯାଇଛି।

ବ୍ୟାଙ୍କ୍‌ ଅଫ୍‌ ବରୋଦା ଅଗଷ୍ଟ ୨୦ ତାରିଖ ଦିନ ଏକ ଜାତୀୟ ସମ୍ବାଦପତ୍ରରେ ଏହି ନିଲାମ ନୋଟିସ୍‌ ପ୍ରକାଶ କରିଥିଲା। ଏଥିରେ ତ୍ରୁଟି ଥିବା କଥା ଜଣାପଡ଼ିବା ପରେ ରବିବାର ଦିନ ବ୍ୟାଙ୍କ୍‌ ‘ତ୍ରୁଟି ସଂଶୋଧନ’ ଶୀର୍ଷକ ନୋଟିସ ଛାପିଛି।

Image Courtesy of Times Now

‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ର ମୁମ୍ବାଇ ସଂସ୍କରଣର ୩ୟ ପୃଷ୍ଠାରେ ପ୍ରକାଶିତ ଏହି ‘ତ୍ରୁଟି ସଂଶୋଧନ’ ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, ବୈଷୟିକ ତ୍ରୁଟି କାରଣରୁ ଅଜୟ ସିଂହ ଦେଓଲ୍‌ ଓରଫ୍‌ ସନ୍ନି ଦେଓଲ୍‌ଙ୍କ ଭିଲ୍ଲା ନିଲାମ ନୋଟିସ୍‌ ପ୍ରତ୍ୟାହାର କରାଗଲା।

ନିଲାମ ନୋଟିସ ପ୍ରକାଶିତ ହେବା ପରେ ସନ୍ନି ଦେଓଲ୍‌ଙ୍କ ଟିମ୍‌ ସୁନିଶ୍ଚିତ କରି କହିଥିଲା ଯେ, ଏଥିରେ ଯେଉଁ ପରିମାଣର ଅର୍ଥରାଶି ଉଲ୍ଲେଖ କରାଯାଇଛି ତାହା ଠିକ୍‌ ନୁହେଁ। ବାକି ଅର୍ଥ ସନ୍ନି ଦିନେ ଦୁଇ ଦିନ ମଧ୍ୟରେ ପରିଶୋଧ କରିଦେବେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button