ଖୁବ୍ ଶୀଘ୍ର ବିବାହ କରିବେ ନାଗା-ଶୋଭିତା, ଅଗଷ୍ଟରେ କରିଥିଲେ ଏନଗେଜମେଣ୍ଟ
ମୁମ୍ବାଇ ୦୫/୧୧: ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ ଏବଂ ସୋଭିତା ଧୁଲିପାଲା । ଅଗଷ୍ଟ ମାସରେ ହାଇଦ୍ରାବାଦରେ ଏନଗେଜମେଣ୍ଟ କରିବା ପରେ ଦୁହେଁ ଖୁବ୍ ଶୀଘ୍ର ପରସ୍ପରର ହାତ ଧରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ହାଇ ପ୍ରୋଫାଇଲ୍ ମ୍ୟାରେଜ୍ ଡିସେମ୍ବର ୪ ରେ ହେବାର ଅଛି। କିନ୍ତୁ ଷ୍ଟାର ଦମ୍ପତି ଏବଂ ସେମାନଙ୍କ ପରିବାର ବିବାହ ତାରିଖକୁ ନେଇ ଚୁପ୍ ରହିଛନ୍ତି।
ନାଗା ପୂର୍ବରୁ ଅଭିନେତ୍ରୀ ସାମନ୍ଥାଙ୍କୁ ବିବାହ କରିଥିଲେ । ଶୁଣିବାକୁ ମିଳୁଛି ଯେ ନାଗା ସାମନ୍ଥାଙ୍କ ସହ ଥିବା ସମୟରେ ସେ ଶୋଭିତାଙ୍କୁ ଡେଟ୍ କରୁଥିଲେ। ଯେଉଁଥିପାଇଁ ନାଗା ଏବଂ ସାମନ୍ଥାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପରେ ଦୁହେଁ ଛାଡପତ୍ର ନେଇଥିଲେ।
ନାଗା-ସୋଭିତାଙ୍କ ବିବାହ ବିଷୟରେ କହିବାକୁ ଗଲେ ସେମାନେ ରାଜସ୍ଥାନ କିମ୍ବା ବିଦେଶର କୌଣସି ସ୍ଥାନରେ ବିବାହ କରିପାରନ୍ତି। ହେଲେ ଏହି ଦମ୍ପତି ଏପର୍ଯ୍ୟନ୍ତ କୌଣସି ସ୍ଥାନ ସ୍ଥିର କରିନାହାଁନ୍ତି । ଯଦି ସେମାନେ ଘର ନିକଟରେ ବିବାହ କରିବାକୁ ସ୍ଥିର କରନ୍ତି, ତେବେ ସେମାନେ ନାଗାଙ୍କ ପାରିବାରିକ ଐତିହ୍ୟକୁ ସମ୍ମାନ ଦେଇ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ବିବାହ କରିବେ । ବିବାହ ସମାରୋହ ଏକ ପାରମ୍ପାରିକ ତେଲୁଗୁ ସମାରୋହ ହେବ ଯେଉଁଥିରେ ଜିଲକରା ବେଲାମ ଭଳି ପରମ୍ପରା ଅନ୍ତର୍ଭୂକ୍ତ ହେବ।