ରାଜ୍ୟ

ୱାର୍ଡୱିଜାର୍ଡ ଇନୋଭେସନ୍ସ ମୋବିଲିଟି ପକ୍ଷରୁ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ଲାଲ୍ ରଙ୍ଗରେ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଲୋକପ୍ରିୟ ମଡେଲ୍ ହାଇସ୍ପିଡ୍ ବର୍ଗରେ ଜେନ୍ ନେକ୍ସଟ୍ ନାନୁ+ ଓ ଲୋ ସ୍ପିଡ୍ ବର୍ଗରେ ଜେନ୍ ନେକ୍ସଟ୍ ନାନୁକୁ ଲାଲ୍ ରଙ୍ଗରେ ଉନ୍ମୋଚନ କରାଯାଇଛି। ଉଭୟ ପ୍ରଦର୍ଶନ ଓ ବ୍ୟକ୍ତିତ୍ୱ ପ୍ରଦାନ କରୁଥିବା ପରିବେଶ ଅନୁକୂଳ ଗମନାଗମନ ଓ ରାସ୍ତାରେ ବଳିଷ୍ଠ ପ୍ରଦର୍ଶନ ଚାହୁଥିବା ଗ୍ରାହକଙ୍କୁ ଏହି ନୂଆ ଭାରିଆଂଟ୍ ଅଧିକ ବିକଳ୍ପ ପ୍ରଦାନ କରିବ।

ଉତ୍ସବ ପାଳନର ଅଂଶ ସ୍ୱରୂପ ୱାର୍ଡୱିଜାର୍ଡ ପକ୍ଷରୁ ଲାଲ ରଙ୍ଗରେ ଉପସ୍ଥାପନ କରାଯାଇଥିବା ଲୋକପ୍ରିୟ ଇ-ସ୍କୁଟର ହେଉଛି ସୌନ୍ଦର୍ଯ୍ୟ, ଶକ୍ତି ଓ ସମ୍ଭ୍ରାନ୍ତର ପ୍ରତୀକ। ଏହି ନୂଆ ରଙ୍ଗ ଭାରିଆଂଟ ସାରା ଭାରତରେ ଥିବା କମ୍ପାନିର ସମସ୍ତ ସ୍ୱୀକୃତିପ୍ରାପ୍ତ ଡିଲରସିପ୍ ଓ ବିତରକରଙ୍କଠାରେ ଉପଲବ୍ଧ ହୋଇଛି। ଏହା ଦ୍ୱାରା ଗ୍ରାହକମାନେ ସୁବିଧାରେ ନିଜ ଜୀବନଶୈଳୀକୁ ସୁହାଇବା ଭଳି ଇଲେକ୍ଟ୍ରିକ୍ ଯାନ କିଣିପାରିବେ।
ଏହି ଉନ୍ମୋଚନ ସମ୍ପର୍କରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଆମର ଜେନ୍ ନେକ୍ସଟ୍ ନାନୁ+ ଓ ଜେନ୍ ନେକ୍ସଟ ନାନୁ ମଡେଲକୁ ନୂତନ ରଙ୍ଗରେ ଉପସ୍ଥାପନ କରିଥିବାରୁ ଆମେ ଆନନ୍ଦିତ ଯାହା ଉତ୍ସବ ଋତୁର ଭାବକୁ ବହୁତ ଭଲ ଭାବେ ତୋଳିଧରିଛି। ଅଭିନବ ଓ ସୁଲଭ ପରିବେଶ ମିତବ୍ୟୟୀ ଗମନାଗମନ ସମାଧାନ ଜରିଆରେ ଉତ୍ସବ ଋତୁକୁ ସ୍ମରଣୀୟ କରିବାରେ ସହାୟକ ହେବା ଓ ଗ୍ରାହକ ଅନୁଭୂତିକୁ ବଢ଼ାଇବା ଲାଗି ଆମେ ଉତ୍ସର୍ଗୀକୃତ ରହିଛି।”
ଜେନ୍ ନେକ୍ସଟ୍ ନାନୁ+ର ଲାଲ ରଙ୍ଗ ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୮୮,୦୦୦ ଟଙ୍କା ରହିଥିବା ବେଳେ ଜେନ୍ ନେକ୍ସଟ୍ ନାନୁ ମୂଲ୍ୟ ୭୫,୦୦୦ ଟଙ୍କା ରହିଛି।
ଜେନ୍ ନେକ୍ସଟ ନାନୁରେ ୬୦ ଭି ୩୧ ଏଏଚ୍ ଏନ୍‌ଏମ୍‌ସି ବ୍ୟାଟେରି, ଡିସି ବ୍ରସଲେସ୍ ହବ୍ ମୋଟର, ୨୫୦ ୱାଟ୍ ଡ୍ରାଇଭ୍ ମୋଟର, ୧୮୦ ଏମଏମ ଗ୍ରାଉଣ୍ଡ କ୍ଲିୟରାନ୍ସ, ହାଇଡ୍ରଲିକ୍ ଡିସ୍କ ବ୍ରେକ୍‌, ଏଲସିଡି ଡିସ୍‌ପ୍ଲେ, ୟୁଏସ୍‌ବି ଚାର୍ଜିଂ ଭଳି ସୁବିଧା ରହିଛି। ଫୁଲ୍ ଚାର୍ଜ ହେଲେ ଏହା ୯୦-୧୦୦ କିମି ଯାତ୍ରା କରିପାରିବ ଓ ଏହାର ଶ୍ରେଷ୍ଠ ସ୍ପିଡ୍ ୨୫ କେଏମପିଏଚ୍ ରହିଛି। ଜେନ୍ ନେକ୍ସଟ୍ ନାନୁ+ରେ ୬୦ ଭି ୩୬.୪ ଏଏଚ୍ ବ୍ୟାଟେରି, ଡିସି ବ୍ରସଲେସ ହବ୍ ମୋଟର, ୧୫୦୦ ୱାଟ୍ ଡ୍ରାଇଭ୍ ମୋଟର, ୧୩୫୦ ହ୍ୱିଲ୍ ବେସ୍‌, ୧୮୦ ଏମଏମ ଗ୍ରାଉଣ୍ଡ କ୍ଲିୟରାନ୍ସ, ଡିଜିଟାଲ ସ୍ପିଡୋ ମିଟର, ହାଇଡ୍ରଲିକ୍ ଡିସ୍‌କେ ବ୍ରେକ୍‌, ୪.୩ ଇଂଚ ରଙ୍ଗିନ ଟିଲ୍‌ଟ ଡିସ୍‌ପ୍ଲେ, ୟୁଏସବି ଚାର୍ଜିଂ ଭଳି ସୁବିଧା ରହିଛି। ଏହାର ଶ୍ରେଷ୍ଠ ସ୍ପିଡ୍ ହେଉଛି ୫୫ କେଏମପିଏଚ୍‌।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button