IBN ଓଡ଼ିଶା ବ୍ୟୁରୋ

୨୫ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ଚଳିତମାସ ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଏହି ଅଧିବେଶନ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ଦ୍ବିତୀୟ ଦିନ ଅର୍ଥାତ ନଭେମ୍ବର ୨୬ରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂସଦର ସେଣ୍ଟ୍ରାଲ ହଲରେ ଏକ ଉତ୍ସବ (ସମ୍ବିଧାନ ଦିବସ) ଆୟୋଜିତ ହେବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଦିନ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନରେ ୱାକଫ୍‌ ସଂଶୋଧନ ବିଲ, ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍‌ ଉପସ୍ଥାପନ କରାଯାଇ ଆଲୋଚନା କରାଯିବ। ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ସଂସଦୀୟ କମିଟି ନଭେମ୍ବର ୨୯ରେ ୱାକଫ୍‌ ସଂଶୋଧନ ବିଲ ପ୍ରସଙ୍ଗରେ ଚୂଡାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି। ଅପରପକ୍ଷରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିସାରିଥିବାବେଳେ ଏ ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button