ରାଜ୍ୟ

ଖୋର୍ଦ୍ଧା: ଗୋରୁମାନଙ୍କୁ ସୁରକ୍ଷା ପାଇଁ ପ୍ରତିଷ୍ଠା ହେଲା ରାମକୃଷ୍ଣ ଗୋ-ସେବା କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଏବେ ଗୋ ଚାଲାଣ ସଂଖ୍ୟା ବୃଦ୍ଧି ପାଉଥିବାର ଅଭିଯୋଗ ହେଉଛି। ଏନେଇ ଖୋର୍ଦ୍ଧା ପୋଲିସ ଦ୍ଵାରା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଜିଲ୍ଲାର ବିଭିନ୍ନ ଗୋ ସୁରକ୍ଷା ସଂଗଠନ ଯଥା ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଳି ସଂଗଠନ ଏହାକୁ ରୋକିବା ପାଇଁ ଦିନ ରାତି ପ୍ରହରା ଦେଉଛନ୍ତି। ତଥାପି ଏହାକୁ ରୋକାଯାଇପାରୁନାହିଁ।

ସେପଟେ ଗାଇକୁ ହିନ୍ଦୁ ସମ୍ପ୍ରଦାୟ ମାତା ଭାବେ ପୂଜା କରୁଥିଲେ ମଧ୍ୟ ଗୋରୁ ପାଳକମାନେ ଉପଯୁକ୍ତ ସେବା କରିବାରେ ବିଫଳ ହେଉଛନ୍ତି। କାରଣ ଏମାନେ ଗୋଶାଳା ବ୍ୟତୀତ ଦିନ ରାତି ଏବେ ରାସ୍ତାଘାଟରେ ଗୋରୁମାନଙ୍କୁ ଦେଖିବାକୁ ମିଳୁଛନ୍ତି। ଯାହାଫଳରେ ଉକ୍ତ ଗୋରୁମାନେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି।

ତେବେ ଏହି ସବୁ ସମସ୍ୟାର ସମାଧାନ କରିବା ଏବଂ ଗୋରୁମାନଙ୍କୁ ସୁରକ୍ଷା ଦେବା ପାଇଁ ଖୋର୍ଦ୍ଧାରେ ଆଜି ରାମକୃଷ୍ଣ ଗୋ-ସେବା କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଉକ୍ତ କେନ୍ଦ୍ରଟି ଖୋର୍ଦ୍ଧା କୋର୍ଟ ଏବଂ ମୃତ୍ତିକା ସଂରକ୍ଷଣ କାର୍ଯ୍ଯାଳୟ ନିକଟରେ ପ୍ରତିଷ୍ଠା ହୋଇଛି। ଏଠାରେ କଂସେଇଖାନାକୁ ଯାଉଥିବା ଗୋରୁଙ୍କୁ ଉଦ୍ଧାର କରାଯିବା ସହିତ ଦୁର୍ଘଟଣାଗ୍ରସ୍ତ ଗୋରୁଙ୍କୁ ଏଠାରେ ଆଶ୍ରୟ ଦିଆଯିବ। ଏଭଳି ଏକ ମହତ କାର୍ଯ୍ୟରେ ବଜରଙ୍ଗ ଦଳର ହାତ ଥିବା କୁହାଯାଉଛି। ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଗୋ ମାତାଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button