ରାଜ୍ୟ

ଶ୍ବଶୁରଙ୍କ ମୃତ୍ୟୁ ଖବର ଦେବାକୁ ବାଇକରେ ଯାଉଥିଲେ ଜ୍ବାଇଁ, ଚାଲିଗଲା ଜୀବନ

ବାରିପଦା: ସଂପର୍କୀୟଙ୍କ ଘରକୁ ଶ୍ବଶୁରଙ୍କ ମୃତ୍ୟୁ ଖବର ଦେବାକୁ ବାଇକରେ ଯାଉଥିଲେ ଜ୍ବାଇଁ। ତାଙ୍କ ବାଇକ ସହ ପିକ୍ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜ୍ବାଇଁଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା କୁଚେଇ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କୁଳିଅଣା ଥାନା ଅଧୀନ କୁଚେଇ ନିକଟରେ ଆଜି ଦିବା ୧୦ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି।

କୁଳିଅଣା ଥାନା ଅଧୀନ କୁଚେଇ ନିକଟରେ ଆଜି ଦିବା ୧୦ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହାପରେ ଉତ୍ତ୍ୟକ୍ତ ଜନତା ରାଜରାସ୍ତାକୁ ଅବରୋଧ କରିଥିଲେ। ଏହାଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ଏହାପରେ ଉତ୍ତ୍ୟକ୍ତ ଜନତା ରାଜରାସ୍ତାକୁ ଅବରୋଧ କରିଥିଲେ। ଏହାଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ମୃତ ଯୁବକ ଚାନ୍ଦୁଆ ଥାନା ନଧବଣି ଗ୍ରାମର ସଂଜୟ ନାଏକ (୩୮) ବୋଲି ଜଣାପଡ଼ିଛି। ମାତ୍ର ଚାରି ଦିନ ତଳେ ଶଶୁରଙ୍କ ମୃତ୍ୟୁ ହେଇଥିଲା।
ଏଣେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୧୮ ବନ୍ଦ କରିଛନ୍ତି ଜନତା। ଘଟଣାସ୍ଥଳରେ ତହସିଲଦାର ଓ ପୁଲିସ ଉତ୍ତ୍ୟକ୍ତ ଜନତାଙ୍କୁ ପହଞ୍ଚି ବୁଝାସୁଝା ଜାରି ରଖିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button