ଦେଶ

ସ୍ମାର୍ଟଫୋନ ବିନା ଛୁଆଙ୍କୁ ପାଳିବା ଜାଣିନାହାନ୍ତି ୫୦ ପ୍ରତିଶତ ପିତାମାତା: ରିସର୍ଚ୍ଚ – Ibnodisha

[ad_1]

ନୂଆଦିଲ୍ଲୀ: କୋରୋନା ପରେ ଅନ୍ଲାଇନ୍ କ୍ଲାସ୍ କାରଣରୁ ଛୋଟ ପିଲାମାନେ ସ୍ମାର୍ଟଫୋନ ଏବଂ ଟାବଲେଟକୁ ବହୁଳ ବ୍ୟବାହର କରୁଛନ୍ତି । ଆଜିକା ସମୟରେ ପିତାମାତା ପ୍ରତ୍ୟେକ ସମୟରେ ଏବଂ ପ୍ରତି କାର୍ଯ୍ୟରେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ । ଏହି ଅଭ୍ୟାସ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଉଥିବା ବେଳେ ଏହାରି ଭିତରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ବିଶ୍ୱରେ ୪୩ ପ୍ରତିଶତ ପିତାମାତାଙ୍କୁ ସ୍ମାର୍ଟଫୋନ ଆବିଷ୍କାର ନହେବା ପୂର୍ବରୁ ଛୁଆଙ୍କୁ କିଭଳି ଲାଳନପାଳନ କରୁଥିଲେ ସେ ବିଷୟରେ କୌଣସି ଧାରଣ ନାହିଁ । ଏନେଇ ଏକ ଅଧ୍ୟୟନରେ ପ୍ରକାଶିତ ହୋଇଛି । ଫୋନ୍ କମ୍ପାନୀ ଥ୍ରୀ ୟୁକେ ସହଯୋଗରେ ୱାନ୍ ପୋଲ୍ ଡଟ୍ କମ୍ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ପିତାମାତାମାନେ ନିଜ ପିଲାମାନଙ୍କୁ ବଢାଇବା ସମୟରେ ଅଧିକ ସ୍ମାର୍ଟଫୋନ ଉପରେ ନିର୍ଭର କରନ୍ତୁ ବୋଲି କୁହାଯାଇଛି । ଏହି ଅଧ୍ୟୟନରେ ୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ସହିତ ୧୦୦୦ ଅଂଶଗ୍ରହଣକାରୀଙ୍କ ତଥ୍ୟ ସଂଗ୍ରହ କରାଯାଇଥିଲା ।

ଛୋଟଛୁଆଙ୍କ ପାଇଁ ସ୍ମାର୍ଟଫୋନର ଆବଶ୍ୟକତା ରହିଥିବା ନେଇ ୬୧ ପ୍ରତିଶତ ପିତାମାତା କହିଛନ୍ତି । ଏହାର ଅର୍ଥ ସ୍ମାର୍ଟଫୋନକୁ ସେମାନେ ଏକ ଉପକରଣ ଭାବେ ବିବେଚନା କରନ୍ତି । ୭୭ ପ୍ରତିଶତ ଲୋକ ଶିଶୁଙ୍କ ପରାମର୍ଶ ଖୋଜିବା ପାଇଁ ସପ୍ତାହରେ ୭୭ ଥର ଫୋନ୍ ବ୍ୟବହାର କରୁଥିବା ସ୍ୱୀକାର କରିଛନ୍ତି । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ମା ଏବଂ ପିତାମାନେ ନିଜ ପିଲାମାନଙ୍କ ପାଇଁ ସପିଂ କରିବା ପାଇଁ ନିୟମିତ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ତେବେ ଏନେଇ ଥ୍ରୀ ୟୁକେ ମାର୍କେଟିଂ ନିର୍ଦ୍ଦେଶକ ଆଇସଲିନ୍ ଓ କନୋର କହିଛନ୍ତି,”ଆମେ ଜାଣୁ ମଣିଷ ଜୀବନରେ ଫୋନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ଛୁଆ ହେବା ପରେ ଏହାର ଭୂମିକା ଆହୁରି ଅଧିକ ହୋଇଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି । ଫୋନ୍ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହୋଇଥାଏ । ଦୈନନ୍ଦିନ ଜୀବନରେ ଫୋନ୍ ମନୋରଞ୍ଜନର ମାଧ୍ୟମ, ଡାକ୍ତର ଏବଂ ଆହୁରି ଅନେକ ଭୂମିକା ଗ୍ରହଣ କରିଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button