IBN ଓଡ଼ିଶା ବ୍ୟୁରୋ

ଆସିଲାଣି ଶୀତ ଦିନ: ସକାଳୁ ପିଅନ୍ତୁ ଗୁଡ଼ ଚା’,ଦୂର ହେବ ରକ୍ତହୀନତା ସମସ୍ୟା

ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷ କରି ଶୀତ ଦିନରେ ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଶୀତଦିନେ ଶରୀରକୁ ଗରମ ରଖିବା ପାଇଁ ପ୍ରତ୍ୟକ ଦିନ ଗୁଡ଼ ଖାଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । ତେବେ ଯଦି ଆପଣ କଫି କିମ୍ବା ଗରମ ଚକୋଲେଟ୍ ସେକ୍ ଅପେକ୍ଷା ଚା’ପିଇବାକୁ ଅଧିକ ପସନ୍ଦ କରନ୍ତି, ତେବେ ଆପଣ ଗୁଡ୍ ଚା’ ନିଶ୍ଚିତ ପିଅନ୍ତୁ ।

କାରଣ ଶୀତଦିନେ ଲୋକମାନେ ଅଧିକ ଚା’ପିଇବା ପାଇଁ ପସନ୍ଦ କରନ୍ତି । ଯେଉଁଥିରେ ଆମେ ଅଧିକ ପରିମାଣରେ ଚିନି ମଧ୍ୟ ସେବନ କରିଥାଉ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଖାସ୍ ସେଥି ପାଇଁ ଆପଣ ଶୀତ ଦିନରେ ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିପାରିବେ ।

ମୁଣ୍ଡବିନ୍ଧା ହେଉ କିମ୍ବା ଥଣ୍ଡା ହେଉ ଚା’ସମସ୍ତଙ୍କର ପ୍ରଥମ ପସନ୍ଦ । ତେବେ ଯଦି ଚା’ର ପରିମାଣ କମାଇବା ପାଇଁ ଚାହୁଁଛନ୍ତି ତେବେ ଗୁଡ଼ ଚା ଆପଣଙ୍କ ଇଚ୍ଛାକୁ ମଧ୍ୟ ନିୟନ୍ତ୍ରଣ କରିବ । ଏହା ସହିତ ଏହା ଆପଣଙ୍କର ଓଜନ କମାଇବାରେ ମଧ୍ୟ ସହାୟକ ହେବ ।

ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଗୁଡ଼ ଚା’

୩-୪ ଚାମଚ ଗୁଡ଼ ଗୁଣ୍ଡ ୧ ଚାମଚ ଚା’ପତି ୧ ଚାମଚ ପାନ ମଧୁରୀ ୧ ଚାମଚ ଗୋଲମରିଚ ଗୁଣ୍ତ ୧/୨ କପ୍ କ୍ଷୀର ଗୁଡ଼ ଚା’ ତିଆରି କରିବାର ପଦ୍ଧତି ସ୍ଚେପ୍-1

ଏକ ନନ୍ ଷ୍ଟିକ୍ ପ୍ୟାନରେ ୧-କପ୍ ପାଣି ଗରମ କରନ୍ତୁ । ଏଥର ଚା’ପତି, ପାନ ମଧୁରୀ, ଗୋଲମରିଚ ଗୁଣ୍ତ ପକାଇ କିଛି ସମୟ ପାଇଁ ଫୁଟାନ୍ତୁ । କିଛି ସମୟ ଫୁଟାଇବା ପରେ ଏଥିରେ କ୍ଷୀର ପକାନ୍ତୁ । ଅନ୍ୟପଟେ ଏକ ଖାଲି କପର ଗୁଡ଼ ଗୁଣ୍ଡ ପକାଇ ରଖନ୍ତୁ ଏବଂ ଶେଷରେ ପ୍ରସ୍ତୁତ କରିଥିବା ଚା’କୁ ଏଥିରେ ମିଶାଇ ଦିଅନ୍ତୁ । ତେବେ ଗୁଡ଼ ଚାକୁ ଫୁଟାଇବା ଆବଶ୍ୟକ ନାହିଁ । ତେବେ ଆପଣ ଚାହିଁଲେ ଏହି ଚା’କୁ ବିନା କ୍ଷୀରରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଯାହା ଦ୍ୱାରା କ୍ୟାଲୋରି ଆହୁରି କମ୍ ହୋଇଯିବ ।

1. ଶୀତଦିନେ ଶରୀରକୁ ଗରମ ରଖେ ଗୁଡ଼ରେ ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଫସଫରସ୍ ସହିତ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଶୀତଦିନରେ ଗୁ଼ଡ଼ ଚା’ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ । 2.ଗୁଡରେ ଅଧିକ ପରିମାଣରେ ଆଇରନ ଥାଏ ଯାହା ରକ୍ତ ଅଭାବକୁ ଦୂର କରିଥାଏ । ଯଦି ଆପଣ ରକ୍ତହୀନତାର ଶିକାର ହେଉଛନ୍ତି ତେବେ ଗୁଡ଼ ନିଶ୍ଚୟ ଖାଇବା ଉଚିଚ୍ ।

3.ଓଜନ ହ୍ରାସ୍ କରିବାରେ ଗୁଡ଼ ବହୁତ ସାହାଯ୍ୟକାରୀ । ଆପଣ ପ୍ରତ୍ୟକ ଦିନ ଗୁଡ଼ ପାଣି ପିଅନ୍ତୁ । ଯାହା ଆପଣଙ୍କ ଓଜନ କମ କରିବାରେ ସହାୟକ ହେବ । ସେହିପରି ନିୟମିତ ଗୁଡ଼ ଖାଇବା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇ ଥାଏ । ସେହିପରି ଗୁଡ଼ ଆପଣଙ୍କର ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ୍ କରିଥାଏ । ପ୍ରତିଦିନ ଗୁଡ଼ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button