IBN ଓଡ଼ିଶା ବ୍ୟୁରୋ

ମିଥୁନ୍‌ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନୀ ଗ୍ୟାଙ୍ଗ୍‌ଷ୍ଟର୍‌ର ହତ୍ୟା ଧମକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନର କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର ଶାହଜାଦା ଭଟ୍ଟି ହତ୍ୟାଧମକ ଦେଇଛି। ଦୁବାଇରୁ ଜାରି କରିଥିବା ଏକ ଭିଡିଓରେ ମିଥୁନ୍ ଚକ୍ରବର୍ତ୍ତୀ ମୁସ୍ଲିମବିରୋଧୀ ବୟାନ ଦେଉଥିବା ଅଭିଯୋଗ ଆଣି ୧୦-୧୫ ଦିନ ମଧ୍ୟରେ କ୍ଷମା ଯାଚନା କରିବାକୁ କହିଛି। ନଚେତ୍ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି।

ଅନ୍ଲାଇନ୍ରେ ଶାହଜାଦା ଭଟ୍ଟି ଦୁଇଟି ଭିନ୍ନ ଭିଡିଓ ଜାରିକରିଛି। ଗୋଟିଏରେ ମିଥୁନ୍ଙ୍କୁ ସିଧାସଳଖ ଆହ୍ବାନ ଦେଇଛି। ଏଥିରେ ସେ ୧୦-୧୫ ଦିନ ମଧ୍ୟରେ କ୍ଷମା ଯାଚନା କରିବାକୁ କହିଛି। ଅନ୍ୟଏକ ଭିଡିଓରେ ସେ ମିଥୁନ୍ଙ୍କ ଏକ ଭାଷଣର ଭିଡିଓ କ୍ଲିପ୍ ଜାରି କରି ପ୍ରଚ୍ଛଦପଟ୍ଟରେ ଚେତାବନୀ ଦେଇ ଏହି ମୁସ୍ଲିମ ବିରୋଧୀ ଭାଷଣ ନିମନ୍ତେ ଅନୁଶୋଚନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି।

ସେ କହିଛି, ତୁମେ (ମିଥୁନ୍) ମୁସଲମାନଙ୍କ ହୃଦୟକୁ କଷ୍ଟ ଦେଇଛ। ତୁମ ବୟସରେ ସାଧାରଣତଃ ଲୋକେ ଏଭଳି ଭାଷଣ ଦେଇ ପରେ ଅନୁଶୋଚନା କରନ୍ତି। ତୁମର ମନ୍ତବ୍ୟ ନିମନ୍ତେ କ୍ଷମା ଯାଚନା କର, ନଚେତ ପରିଣାମ ଭୋଗିବ। ଶାହଜାଦା ଭଟ୍ଟି, ଭାରତୀୟ ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇର ସହଯୋଗୀ ଅଟେ। ସୂଚନାଯୋଗ୍ୟ, ଅକ୍ଟୋବର ୨୭ରେ ମିଥୁନ୍ ଚକ୍ରବର୍ତ୍ତୀ ଏକ ସଭାରେ ଯୋଗ ଦେଇ କହିଥିଲେ, ଏଠାରେ ହିନ୍ଦୁ ସଂଖ୍ୟାଲଘୁ ହୋଇଥିବାରୁ ସେମାନଙ୍କୁ ଗଙ୍ଗାନଦୀରେ ଫିଙ୍ଗି ଦେବେ ବୋଲି ସ୍ଥାନୀୟ ମୁସଲିମ ନେତା କହୁଛନ୍ତି। ସେଭଳି ଧମକ ଦେଉଥିବା ନେତାଙ୍କୁ କେବଳ ନଦୀରେ ଫିଙ୍ଗିବେ ନାହିଁ ସେମାନଙ୍କ ଘରେ ପୋତିଦେବେ ବୋଲି ମିଥୁନ୍ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button