ରାଜ୍ୟ

୧୭ରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୩୦ ତମ ଗଣଧାରଣା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆସନ୍ତା ୧୭ତାରିଖରେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥିନିମନ୍ତେ ଗୁରୁବାର ସଂଧ୍ୟାରେ ସ୍ଥାନୀୟ କନକ କଲ୍ୟାଣ ମଣ୍ଡପ ପରିସରରେ କୋଣାର୍କ ସୁରକ୍ଷା ସମିତି ସଭାପତି ସୌମ୍ୟ ସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ,ପ୍ରତି ଶନିବାର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ,ବ୍ୟବସାୟୀଙ୍କୁ ଥଇଥାନ ପ୍ରମୁଖ ଦାବି ନେଇ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଆସନ୍ତା ୧୭ ତାରିଖ ରେ ଅନୁଷ୍ଟିତ ହେବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାମକୃଷ୍ଣ ମହାନ୍ତି , କୋଷାଧ୍ୟକ୍ଷ ପ୍ରମୋଦ ଛୋଟରାୟ ଉପଦେଷ୍ଟା ବାବା ଶକ୍ତିଦେବ ଶତପଥୀ , ସହ ସମ୍ପାଦକ ନିରଂଜନ ତ୍ରିପାଠୀ , ଉପସଭାପତି ମଙ୍ଗରାଜ ସାହୁ , ଆବାହକ ଭାଗିରଥି ସ୍ଵାଇଁ ,ପ୍ରତାପ କାଣ୍ଡି ,ପ୍ରିୟ ରଞ୍ଜନ ରଥ ପ୍ରମୁଖ କର୍ମକର୍ତ୍ତା ଯୋଗଦେଇଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଏସ୍ ଆଇ ବିରୁଦ୍ଧରେ ଗଣ ଆନ୍ଦୋଳନ ଜାରି ରହିବ ବୋଲି ସମିତି ଚେତାବନୀ ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button