ରାଜନୀତି

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ: ନବନିର୍ମାଣ କୃଷକ ସଂଗଠନର ଜବାବ ତଲବ – Ibnodisha

[ad_1]

ଯାଜପୁରସଦର : ଆସନ୍ତା ସପ୍ତାହରେ ୫-ଟି ସଚିବ ଭି.କେ ପାଣ୍ଡିଆନ ୩ ଦିନିଆ ଯାଜପୁର ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ପୂର୍ବରୁ ଜିଲ୍ଲା ତଥା ରାଜ୍ୟର ଲୋକମାନଙ୍କ ମୌଳିକ ସମସ୍ୟା ଓ ହକ୍‌କୁ ନେଇ ନବନିର୍ମାଣ କୃଷକ ସଂଗଠନ ଆଜି ଜବାବ ମାଗିଛି। ଯାଜପୁର ସହରର କୁଆଁସରପୁରସ୍ଥିତ ଉତ୍କଳ ମଣ୍ଡପ ପରିସରରେ ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ରାୟଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେଡି ସରକାରର ୨୩ ବର୍ଷର ଶାସନ ଭିତରେ ୨୩ ପ୍ରତିଶତ ଚାଷଜମିକୁ ଜଳସେଚନ କରାଯାଇ ପାରିନାହିଁ। ଜିଲ୍ଲାରେ ମାତ୍ର ୨୦ ପ୍ରତିଶତ କମ୍ ଜମି ଜଳସେଚିତ ହେଉଛି। ଧାନ ଚାଷୀଙ୍କଠାରୁ କୋଟିକୋଟି ଟଙ୍କା କଟ୍‌ନି ଛଟ୍‌ନିରେ ନାମରେ ଅସାଧୁମେଣ୍ଟ ଲୁଟ୍ କରୁଛନ୍ତି। ଟାଟା ପାୱାର ଗ୍ରାହକଙ୍କୁ ଭୁଆଁ ବୁଲାଇ ଠକୁଥିବା ବେଳେ କିଛି ୧ ପ୍ରତିଶତ ମହିଳାଙ୍କ ବିକାଶ ନାମରେ ୯୯ ପ୍ରତିଶତ ମହିଳାକୁ ଶୋଷଣ କରାଯାଉଛି। ସଚିବଙ୍କ ଗସ୍ତ ପରେ ମଦଦୋକାନ ସଂଖ୍ୟା ବଢ଼ିବ ନା କମିବ ବୋଲି ପ୍ରଶ୍ନ କରାଯାଇଛି।

ସେହିପରି ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ପ୍ରଦାନ ଅର୍ଥ ହିସାବ ଅନୁଯାୟୀ, ଦୈନିକ ୧୭ ଟଙ୍କାରେ ଜଣେ ଚଳିପାରିବ ତ ? ଜିଲ୍ଲାର ୬୦ ହଜ‌ାର ଯୁବକ ଦାଦନ ଖଟୁଥିବା ବେଳେ ଅନେକ ଶିକ୍ଷିତ ଯୁବକ ଗାଁରେ ବେକାର। ଚାଷୀର ଉତ୍ପାଦିତ ପରିବା ପାଇଁ ଶୀତଳଭଣ୍ଡାର ନଥିବା ବେଳେ ଜିଲ୍ଲାରେ ଲଘୁ ଖଣିଜ ଲୁଟ୍‌ ଚାଲିଛି। କୃଷିଭିତ୍ତିକ ଶିଳ୍ପ କୋଣାର୍କ ଝୋଟ ମିଲ୍, ଚିନିକଳ, ସୂତାକଳ, ତେଲକଳ ସବୁ ବନ୍ଦ। କୃଷିଭିତ୍ତିକ ଶିଳ୍ପ ଯାଜପୁରରେ କେବେ ଖୋଲିବ? କଳିଙ୍ଗନଗର ଇସ୍ପାତ ରାଜଧାନୀରେ ଅଣଓଡ଼ିଆଙ୍କ ରାଜ୍‌ ଚାଲିଛି। ଓଡ଼ିଆମାନେ ନିଯୁକ୍ତି କେବେ ପାଇବେ? ବନ୍ୟଜନ୍ତୁ ଓ କୁମ୍ଭୀର ଉତ୍ପାତ ବୃଦ୍ଧି ହୋଇଥିବା ବେଳେ ପରିବେଶ ଧ୍ବଂସମୁଖରେ। ଯାଜପୁର ଗସ୍ତ ସମୟରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ଏହି ମୌଳିକ ସମସ୍ୟାଗୁଡ଼ିକ ଉପରେ ନବନିର୍ମାଣ ସଂଗଠନ ଜବାବ ମାଗିଛି। ନହେଲେ ସଂଗଠନ ପକ୍ଷରୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ରାଜ୍ୟ ସହସଂଯୋଜକ ନିମାଇଁ ରାୟ ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦିଲୀପ ଶଙ୍କର ବେହେରା, ମାଧବ ଶାନ୍ତି, ବିଜୟ ଦାସ, ଶିଶିର ସାମଲ, ସୁବ୍ରତ ସାହୁ, ସ୍ମୃତିରଂଜନ ଓଝା, ମୃତ୍ୟୁଞ୍ଜୟ ପାତ୍ର, ପ୍ରଶାନ୍ତ ସ୍ବାଇଁ, ବ୍ରହ୍ମାନନ୍ଦ ଦାଶ, ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button