ଖେଳ

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଦଳାଚକଟା, ୫୬ ମୃତ

କୋନାକ୍ରି: ଏକ ଅଭାବନୀୟ ଘଟଣାକ୍ରମେ ଆଫ୍ରିକାର ଦକ୍ଷିଣ ଗିନିରେ ଫୁଟ୍‌ବଲ୍‌ ମ୍ୟାଚ୍‌ ‌ବେଳେ ଦଳାଚକଟା‌ରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ପିଲା ଥିବା ଜଣାପଡ଼ିଛି। ରବିବାର ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଏନ୍‌ଜେରକୋରେ ଷ୍ଟାଡିୟମ୍‌ରେ ଲାବେ ଓ ଏନ୍‌ଜେରକୋରେ ଦଳ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଚାଲିଥିଲା। କିନ୍ତୁ ମ୍ୟାଚ୍‌ ସ୍ଥିତିକୁ ନେଇ ଦର୍ଶକମାନେ ଅସନ୍ତୁଷ୍ଟ ହେବା ସହ ହଠାତ ପଡ଼ିଆ ଭିତରକୁ ପଶିଯାଇଥିଲେ। ସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୁଲିସ୍‌କୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡ଼ିଥିଲା।

ଏଥିରେ ଅନ୍ୟ ଦର୍ଶକମାନେ ଧଁାଧାପଡ଼ କରିବାରୁ ଦଳାଚକଟା ହୋଇଥିଲା। ଦଳାଚକଟାରେ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଘଟଣାସ୍ଥଳରୁ ଆସିଥିବା ଏକ ଭିଡିଓ ଅନୁସାରେ, ରେଫରିଙ୍କ ନିଷ୍ପତ୍ତିକୁ ନେଇ ନିର୍ଦ୍ଦିଷ୍ଟ କିଛି ପ୍ରଶଂସକ ଅସନ୍ତୁଷ୍ଟ ଥିଲେ ଏବଂ ପରେ ପଡ଼ିଆ ଭିତରକୁ ମାଡ଼ିଯାଇଥିଲେ। ଏପରିକି କେତେକ ହିଂସ୍ର ଦର୍ଶକ ସେହି ଷ୍ଟାଡିୟମ୍‌ରେ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ପ୍ରବେଶ କରିଥିଲେ। ଡାକ୍ତରଖାନା‌ ବାରଣ୍ଡାରେ ଆହତମାନଙ୍କ ପ୍ରାଥମିକ ଚିକିତ୍ସା ‌କରାଯାଉଥିବା ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button