IBN ଓଡ଼ିଶା ବ୍ୟୁରୋ

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ସମାରୋହ

ଭୁବନେଶ୍ୱର: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟ୍ୟାଟ୍‌ସ)ର ୧୮ତମ ଗ୍ରାଣ୍ଡ ଫାଇନାଲ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ, ଦୁଇ ଖଣ୍ଡ ବାଉଁଶ ନଳୀରେ ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ପଠାଣି ସାମନ୍ତ। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରୁଛି ବୋଲି ପ୍ରଥମେ ନିର୍ଣ୍ଣୟ କରିଥିଲେ ଆର୍ଯ୍ୟଭଟ୍ଟ। ବ୍ରହ୍ମଗୁପ୍ତଙ୍କ ଗଣିତ, ବରାହମିହିରଙ୍କ ବୃହତ ସଂହିତା, ଭାସ୍କରଙ୍କ ସିଦ୍ଧାନ୍ତ ଶିରୋମଣି, ଭାରତ ଜ୍ୟୋତିର୍ବିଜ୍ଞାନକୁ ଋଦ୍ଧିମନ୍ତ କରିଛି। ଆଧୁନିକ ଜଗତରେ ଯେତେବେଳେ ବି ମହାକାଶବିଜ୍ଞାନର ଚର୍ଚ୍ଚା ହେବ, ଭାରତୀୟ ସଂସ୍କୃତିର ଅବଦାନ ବିନା ଏହା ଅସମ୍ପୂର୍ଣ୍ଣ ରହିବ।  ଏହି ଅବସରରେ ସେ  ୨୩ଟି ଜିଲ୍ଲାର ୩୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ଛାତ୍ରଛାତ୍ରୀ ଜ୍ଞାନ ଆହରଣ ପାଇଁ ଇସ୍ରୋ ପରିଦର୍ଶନରେ ଯିବାକୁ ଯୋଜନା ହୋଇଛି। କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ‘ଜୟ ଯବାନ ଜୟ କିଷାନ’ ରେ ‘ଜୟ ବିଜ୍ଞାନ’ ଶବ୍ଦ ଯୋଡ଼ି ଥିଲେ ବୋଲି କହିଥିଲେ।

ଖଣ୍ଡପଡ଼ାରେ ପ୍ରତିଷ୍ଠା ହେବ ପ୍ଲାନେଟାରିୟମ

ପଠାଣି ସାମନ୍ତଙ୍କ ସମ୍ମାନାର୍ଥେ ଖଣ୍ଡପଡାଠାରେ ଗୋଟିଏ ପ୍ଲାନେଟାରିୟମ ଏବଂ ଆଷ୍ଟ୍ରୋଫିଜିକ୍ସ ଓ ଆଷ୍ଟ୍ରୋନୋମି ଇନଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏଥିରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଉନ୍ନୟନ କମିସନର ଅନୁ ଗର୍ଗ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ସଚିବ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମର ଅଧ୍ୟକ୍ଷା ଚିତ୍ରା ଅରୁମୁଗମ୍ ଉପସ୍ଥିତ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ଟାଟା ଷ୍ଟିଲ କଳିଙ୍ଗନଗରର ଅପରେସନ ଉପାଧ୍ୟକ୍ଷ  ରାଜୀବ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ଲାନେଟାରିୟମ ଭାରପ୍ରାପ୍ତ ନିର୍ଦ୍ଦେଶିକା ଉର୍ମିପ୍ରଭା ମହାରଣା ଧନ୍ୟବାଦ ଦେଇଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button