ରାଜ୍ୟ

ପ୍ରେସ୍‌ଛକରେ ଜଳିଗଲା ‘ମୋ ବସ୍‌’: ତଦନ୍ତ ପାଇଁ କମିଟି ଗଠନ

ଭୁବନେଶ୍ବର/କଟକ: ଭୁବନେଶ୍ବର-କଟକ ରାସ୍ତାର ପ୍ରେସ୍‌ଛକ ନିକଟରେ ଆଜି ଏକ ‘ମୋ ବସ୍’ (ଓଡି ୩୩ ୟୁ ୭୧୧୧) ଜଳି ଯାଇଛି। ଆଜି ସନ୍ଧ୍ୟା ୭ଟା ସମୟରେ ଏହି ଅଘଟଣ ଘଟିଛି। ‌ପ୍ରଥମେ ଇଞ୍ଜିନ୍‌ରୁ ନିଆଁ ଲାଗି ଚାହୁ ଚାହୁ ପୂରା ବସ୍‌ଟି ଜଳିଥିଲା। ବହୁ ଉଚ୍ଚକୁ ନିଆଁ ଉଠୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ବସ୍‌ଟି ୮୦ ପ୍ରତିଶତ ପୋଡ଼ି ଯାଇଥିଲା।

ସୂଚନା ଅନୁଯାୟୀ ବସ୍‌ଟି କଟକରୁ ଭୁବନେଶ୍ବର ଚଳାଚଳ କରୁଥିଲା। କିଛି ଦିନ ହେଲା ଖରାପ ଥିବାରୁ ଚଳାଚଳ ବନ୍ଦ ଥିଲା। ମରାମତି ହେବା ପରେ ଆଜି ଚଳାଚଳ ଆରମ୍ଭ କରିଥିଲା। ବସ୍‌ ଭୁବନେଶ୍ବରରୁ ଆଜି ଯାତ୍ରୀ ଆଣି କଟକରେ ପହଞ୍ଚିବା ପରେ ବସ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡ଼ିଥିଲା। ଇଞ୍ଜିନ୍‌ରୁ ଧୂଆଁ ବାହାରୁଥିବା ଲୋକମାନେ ପାଟି କରିଥିଲେ। ଦେଖି ପାଟି କରିବାରୁ ବସ୍ ଚାଳକ ବସ୍‌ ତୁରନ୍ତ ଅଟକାଇଥିଲେ। ନିଆଁ ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ସେଠାରେ ଏକ ପ୍ରକାର ଦଳାଚକଟା ପରିସ୍ଥିତି ହୋଇଥିଲା। ତେବେ କର୍ମଚାରୀମାନେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇବାକୁ ସକ୍ଷମ ହୋଇଥିଲେ। ନିଆଁ ସିଟ୍‌କୁ ଧରିବା ପୂର୍ବରୁ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। କିନ୍ତୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ବସ୍‌ଟି ହୁତ୍‌ହୁତ୍‌ ହୋଇ ଜଳି ଯାଇଥିଲା। ବସ୍‌ ଜଳୁଥିବା ଦେଖି ରାସ୍ତାରେ ଯିଏ ଯାଉଥିଲେ ଛିଡ଼ା ହୋଇ ଯାଇଥିଲେ। ଫଳରେ ପ୍ରବଳ ପ୍ରବଳ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଟ୍ରାଫିକ୍‌ ଶୃଙ୍ଖଳିତ କରିବା ପାଇଁ ପୁଲିସ ନୟାନ୍ତ ହୋଇଥିଲା।

ଖବର ପାଇ କ୍ରୁଟ୍‌ ଏମ୍‌ଡି ତିରୁମାଲା ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ମହାପ୍ରବନ୍ଧକ ସଞ୍ଜୟ ବିଶ୍ବଳ ଓ ପରିବହନ ବିଭାଗର ଅଧିକାରୀମାନେ ଥିଲେ। ଶ୍ରୀ ନାୟକ କହିଛନ୍ତି, ଘଟଣାର ତଦନ୍ତ ହେବ। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର କାରଣ ଖୋଜିବା ସହ ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପରିବହନ ଉପଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଗଠନ ହୋଇଛି। ଏଥିରେ ଏମ୍‌ଭିଆଇ, ମ୍ୟାନେଜର, ଅପରେସନସ୍‌, କ୍ରୁଟ୍‌, ଡିପୋ ମ୍ୟାନେଜର ଓ ବସ୍‌ ଅପରେଟର ରହିଛନ୍ତି। ଓଇଏମ୍‌ର ଏକ ଟେକ୍‌ନିକାଲ ଟିମ୍‌ ମଧ୍ୟ ତଦନ୍ତ କରୁଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button