ରାଜ୍ୟ

ଓଡ଼ିଶା ମାଷ୍ଟର୍ସ ଉଦ୍‌ଯାପିତ: ସତୀଶକୁ ମୁକୁଟ

କଟକ: କଟକସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ୍‌ଠାରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଚୀନ ଖେଳାଳି ତିନିଟି ବର୍ଗରେ ବିଜେତା ହୋଇ ତ୍ରିମୁକୁଟ ଅର୍ଜନ କରିଛନ୍ତି। ଭାରତ କିନ୍ତୁ ପୁରୁଷ ଏକକରେ ବିଜେତା ହୋଇ ସମ୍ମାନ ରଖିଛି। ଭାରତୀୟ ଯୁବକ ଋତ୍ୱିକ ସଞ୍ଜୀବୀ ସତୀଶ କୁମାର ବିଜେତା ହୋଇଛନ୍ତି। ଫାଇନାଲ୍‌ରେ ସେ ୨୧-୧୮, ୨୧-୧୬‌ରେ ତରୁଣ ମନେପଲ୍ଲୀଙ୍କୁ ହରାଇଛନ୍ତି। ‌ମହିଳା ଏକକରେ ଭାରତୀୟ ଖେଳାଳି ତନ୍‌ଭୀ ଶର୍ମା ୧୪-୨୧, ୧୬-୨୧ରେ ଚୀନ୍‌ର କାଇ ୟାନ୍‌ ୟା’ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଛନ୍ତି। ପୁରୁଷ ଯୁଗଳରେ ଚୀନ୍‌ର ହୁଆଙ୍ଗ ଡି ଓ ଲିଉ ୟାଙ୍ଗ, ମହିଳା ଯୁଗଳରେ ଜାପାନର ଏନ୍‌ ହାରା ଓ ଆର୍‌ କିୟୋସ ଏବଂ ମିଶ୍ରିତ ଯୁଗଳରେ ଚୀନ୍‌ର ଜାଓ ଜେଏକ୍ସ ଓ ତାଙ୍ଗ ଆର୍‌ଜେଡ୍‌ ବିଜେତା ହୋଇଛନ୍ତି।

ଉଦ୍‌ଯାପନୀ ଉତ୍ସବ‌ରେ ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ବିକାଶ ପରିଷଦ ସିଇଓ ଦୀପଙ୍କର ମହାପାତ୍ର, ରାଜସ୍ୱ ଆଯୁକ୍ତ (କେନ୍ଦ୍ରାଞ୍ଚଳ) ବି. ପରମେଶ୍ବରନ୍‌, ଇଡ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ଡିସିପି କଟକ ଜଗମୋହନ ମୀନା, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, କଟକ ମହାନଗର ନିଗମ କମିଶନର ଅନମ ଚରଣ ପାତ୍ର, କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button