କାର୍ ଲଭର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ବର୍ଷର ଶେଷ ମାସରେ ମିଳିବ ବମ୍ପର ଡିସକାଉଣ୍ଟ
କିଛି ସମୟ ପାଇଁ ଭାରତୀୟ ଗ୍ରାହକଙ୍କ ମଧ୍ୟରେ Electric Car ର ଡିମାଣ୍ଡ ବେସ୍ ବଢ଼ିଚାଲିଛି । ଯଦି ଆପଣ ଏକ ନୂଆ EV କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କ ପାଇଁ ଗୁଡ ନ୍ୟୁଜ୍ । Tata Motors ନିଜର ଅନେକ EV ମଡେଲ୍ ଡିସେମ୍ବର ୨୦୨୪ ରେ ବମ୍ପର ଡିସକାଉଣ୍ଟ ପ୍ରଦାନ କରୁଛି । ଯେଉଁଥିପାଇଁ ଆପଣ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେଭିଙ୍ଗ କରିପାରିବେ ।
Tata Tiago EV ଏବଂ Tigor EV ରେ ୧.୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ । ଏହା ବ୍ୟତୀତ କିଛି ଭ୍ୟାରିଆଣ୍ଟରେ ଏକ୍ସଚେଞ୍ଜ ବୋନସ୍ ମଧ୍ୟ ସାମିଲ୍ ରହିଛି । ଏହା ସହ MY23 ପାଇଁ Tiago ଏବଂ Tigor EV ରେ ଇନଭେଣ୍ଟୋରିକୁ ଆଧାର କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡିସ୍ନାଲ୍ ଏକ୍ସଚେଞ୍ଜ ବୋନସ ସହିତ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ ।
ଏହା ସହିତ Tata Punch EV ବେସ୍ ଭ୍ୟାରିଆଣ୍ଟରେ ୨୫,୦୦୦ ଟଙ୍କାରୁ ଆରମ୍ଭ କରି ୭୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ । MY ୨୦୨୪ Tata Nexon EV ରେ କୌଣସି ଡିସକାଉଣ୍ଟ ନାହିଁ । ଯେତେବେଳେ MY ୨୦୨୩ ପ୍ରି- ଫେସଲିପ୍ଟ Tata Nexon EV Prime ଏବଂ Max variants ରେ ୩ ଲକ୍ଷ ଟଙ୍କାର ଡିସକାଉଣ୍ଟ ମିଳୁଛି । ଏହା ବ୍ୟତୀତ Mahindra and MG Motors ମଧ୍ୟ ନିଜର ଇଲେକ୍ଟ୍ରିକ୍ କାରରେ ଡିସକାଉଣ୍ଟ ବିଷୟରେ କହିଛନ୍ତି ।
ବର୍ଷ ଶେଷ ମାସରେ Mahindra’s electric SUV XUV400 ଉପରେ ଅନେକ ବେନିଫିଟ୍ସ ଦିଆଯାଇଛି । କାରର ଉଭୟ ବ୍ୟାଟେରୀ ପ୍ୟାକ୍ ଅପ୍ସନ ୩.୧୦ ଲକ୍ଷ ଟଙ୍କାରେ ଅଫର ଦିଆଯାଉଛି । ଏହା ବ୍ୟତୀତ MG Comet EV ରେ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ବେନିଫିଟ୍ସ ମିଳିବ । MG’s electric car ZS EV ରେ ୧.୫ ଲକ୍ଷ ଟଙ୍କାରୁ ୨.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି ।