ରାଜ୍ୟ

ବିପୁଳ ପରିମାଣର ଗଞ୍ଜେଇ ଜବତ ଦୁଇ ଗିରଫ

ରାଇରଙ୍ଗପୁର: ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଏବଂ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୩.୮୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଯୋଡ଼ା ଗ୍ରାମର ମହେନ୍ଦ୍ର ବେହେରା ଓ କୌଶଲ୍ୟା ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦,୦୦୦/- ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛିl ଚଢ଼ାଉରେ କନେଷ୍ଟବଳ ଦିଲ୍ଲୀପ ଜେନା, ବିପ୍ଳବ କୁମାର ମଲ୍ଲିକ, ତମନ ପରିଡ଼ା, ସଂଜୀବ ମହାପାତ୍ର, ପ୍ରିୟଙ୍କା ମହାନ୍ତ ପ୍ରଭୃତି ସାମିଲ ଥିଲେ। ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ କେସ ନଂ: ୧୩୭/୨୪-୨୫ରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button