ରାଜ୍ୟ

ସିବିଆଇ ଟିମ୍ ଦିଲ୍ଲୀ ଫେରିଲେ: ବିଷ୍ଣୁପଦ ସେଠୀ ଏବେ କେଉଁଠି ହାଜର ହେବେ ?

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଜିଏମଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଜେରା ପାଇଁ ଆସିଥିବା ସିବିଆଇ ଟିମ୍ ଦିଲ୍ଲୀ ଫେରିଯାଇଛନ୍ତି।

ଛାନ୍‌ଭିନ୍‌ ସାରି ସିବିଆଇ ଟିମ୍ ଗୁରୁବାର ସକାଳୁ ଦିଲ୍ଲୀ ଫେରିଯାଇଥିବା ନେଇ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଭିଯୋଗ ଆଧାରରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ସିବିଆଇ ଚଢଉ କରିଥିଲା। ଏହି ଚଢଉରେ କିଛି ଲୋକଙ୍କୁ ଗିରଫ କରିଥିବା ବେଳେ ଅନେକ ସାମଗ୍ରୀ ମଧ୍ୟ ଜବତ କରିଥିଲା ।

ଏନେଇ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ହାଜର ହେବା ନେଇ ସିବିଆଇ ଟିମ୍‌ ନୋଟିସ୍‌ କରିଥିଲା । ହେଲେ ଏକାଧିକ ଥର ନୋଟିସ୍‌ ପରେ ବି ସେ ହାଜର ହୋଇ ନ ଥିଲେ। ଏବେ ସିବିଆଇ ଟିମ୍‌ ତଦନ୍ତ ସାରି ଦିଲ୍ଲୀ ଫେରିଯାଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button