IBN ଓଡ଼ିଶା ବ୍ୟୁରୋ

ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା

ବେଙ୍ଗାଲୁରୁ: କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଅର୍ଥ ହଡ଼ପ କରିବା ଅଭିଯୋଗରେ ପୂର୍ବତନ ଭାରତୀୟ କ୍ରିକେଟର୍ ରବିନ ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ସେଣ୍ଟରସ୍ ଲାଇଫ୍‌ଷ୍ଟାଇଲ୍ ବ୍ରାଣ୍ଡ୍‌ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କଂପାନିର ନିର୍ଦ୍ଦେଶକ ଭାବେ ଉଥାପ୍ପା ସେଠାରେ କାମ କରୁଥିବା କର୍ମଚାରୀଙ୍କ ଭବିଷ୍ୟନିଧି ଅର୍ଥ ବାବଦରେ ୨୩.୩୬ ଲକ୍ଷ ଟଙ୍କା କାଟି ରଖିଥିଲେ ମଧ୍ୟ ଏହାକୁ ଜମା କରି ନଥିବା ଅଭିଯୋଗ ଆସିଥିଲା।

ଏହାପରେ ବେଙ୍ଗାଲୁରୁର ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି କମିସନର ସଦକସିରି ଗୋପାଳ ଉଥପ୍ପାଙ୍କୁ ଗିରଫ କରିବାକୁ ପୁଲକେଶୀନଗର ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ନୋଟିସ୍ ଜାରି କରିବାକୁ ପୁଲିସ ତାଙ୍କ ଘରକୁ ଯାଇଥିଲା। ହେଲେ ସେଠାରେ ଉଥପ୍ପା ରହୁନଥିବାରୁ ତାଙ୍କ ବିରୋଧରେ ପୁଲିସ ଗିରଫ ପରୱାନା ଜାରି କରିଛି। ତାଙ୍କ ବିରୋଧରେ ଠକେଇ ସହ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି। ସେହିଭଳି ଉପରୋକ୍ତ ଅର୍ଥ ସହ ୬,୫୫୦ ଟଙ୍କା ଜରିମାନା ବି କରାଯାଇଛି। ଉଥପ୍ପା ଏହି ମାମଲାରେ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button