ଦୁଷ୍ମନ୍ତ- ଅର୍ଲିନ୍ ଅଙ୍କିତା ଯୋଡ଼ି
ନାୟିକା ଅର୍ଲିନ୍ ଅଙ୍କିତାଙ୍କୁ ଛୋଟ ଓ ବଡ଼ ପରଦାରେ ଦର୍ଶକ ଭିନ୍ନ ଭିନ୍ନ ନାୟକଙ୍କ ସହ ଦେଖିବାକୁ ପାଇଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଟେଲିସିନେମା ‘ଅଧାଲେଖା ଗପ’ରେ ନାୟକ ଥିଲେ ଅଭିଷେକ ଗିରି। ସେହିପରି ପ୍ରଥମ ହଲ୍ ସିନେମା ‘ମାୟାବୀ’ରେ ଜଣାଶୁଣା ଟେଲିଅଭିନେତା ଅଙ୍କିତ ପଟ୍ଟନାୟକଙ୍କ ନାୟିକା ବନିଥିଲେ ଅର୍ଲିନ୍।
ଏବେ ପ୍ରଥମଥର ଓଲିଉଡ୍ର ଜଣାଶୁଣା ନାୟକ ଦୁଷ୍ମନ୍ତଙ୍କ ଯୋଡ଼ି ହୋଇଛନ୍ତି ଅର୍ଲିନ୍ ଅଙ୍କିତା। ଶ୍ରୀଲେଖା ପଣ୍ଡା ଓ ହେମନ୍ତ ପାତ୍ରଙ୍କ ପ୍ରଯୋଜିତ ତଥା ସଂଗ୍ରାମ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ରାକେଟ୍’ରେ ଦୁଷ୍ମନ୍ତ-ଅର୍ଲିନ୍ ଅଙ୍କିତା ଯୋଡ଼ି ଦେଖିବାକୁ ମିଳିବ। ଏଥିରେ ଦୁଷ୍ମନ୍ତ ପୁଲିସ ଅଫିସର୍ ଜିତ୍ ଭୂମିକାରେ ଥିବା ବେଳେ ଅର୍ଲିନ୍ ଅଙ୍କିତା ତାଙ୍କ ପ୍ରେମିକା ସାଇନା ଚରିତ୍ରରେ ଅଛନ୍ତି। ସିନେମାରେ ଜିତ୍-ସାଇନାଙ୍କ ପ୍ରେମ ସଙ୍ଗକୁ ଏକ ଜବରଦସ୍ତ ରୋମାଞ୍ଚକର କଥାବସ୍ତୁ ବି ରହିଛି। ଅର୍ଲିନ୍ ଅଙ୍କିତାଙ୍କ ସହ ପ୍ରଥମଥର ଅନ୍ସ୍କ୍ରିନ୍ ରୋମାନ୍ସ କରିବାର ସୁଯୋଗ ପାଇଥିବା ଦୁଷ୍ମନ୍ତ ଆଗରୁ ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ପ୍ରିୟା ଓ ନମ୍ରତାଙ୍କ ପରି ଲୋକପ୍ରିୟ ନାୟିକାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି।