ମହିଳା ସମ୍ମାନ ଯୋଜନାର ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ, ଜାଣନ୍ତୁ କେଉଁ ମହିଳାଙ୍କୁ ମିଳିବ ଲାଭ
ଦିଲ୍ଲୀ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଏହି ଯୋଜନାର ଲାଭ ନେବା ପାଇଁ ରେଜିଷ୍ଟ୍ରେସନ କରିପାରିବେ । ଆପର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରିଥିଲେ ।
ପୂର୍ବରୁ ଏହି ଯୋଜନାରେ ମହିଳାଙ୍କୁ ପ୍ରତ୍ୟେକ ମାସରେ ୧ ହଜାର ଟଙ୍କା ମିଳିବ ବୋଲି ଘୋଷଣା ହୋଇଥିଲା । ଏବେ ଯୋଜନାରେ ୧୦୦୦ ଟଙ୍କା ରାଶିକୁ ବଢାଇ ୨୧୦୦ ଟଙ୍କା କରିଦିଆଯାଇଛି । ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ । ସମସ୍ତ ମହିଳା ଯୋଜନାର ଲାଭ ନେବା ପାଇଁ ରେଜିଷ୍ଟ୍ରେସନ କରିପାରିବେ । ୧୮ ରୁ ୬୦ ବର୍ଷ ମହିଳାଙ୍କୁ ଏହି ଯୋଜନାରେ ଫାଇଦା ମିଳିବ ।
କେଉଁମାନେ ପାଇବେନି :
ଯେଉଁ ମହିଳା ସରକାରୀ ଚାକିରି କରୁଛନ୍ତି
ପେନସନ ପାଉଥିବା ମହିଳା
ଯେଉଁମାନେ ଆଇଟିଆର ଫାଇଲ କରୁଛନ୍ତି
ଯେଉଁମାନଙ୍କର ନିଜର ବ୍ୟାପର ରହିଛି ।
ଯେଉଁମାନେ ଦିଲ୍ଲୀ ନିବାସୀ ନୁହନ୍ତି
ଏହି ଯୋଜନାରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଦିଲ୍ଲୀର ପ୍ରତ୍ୟେକ ଘରକୁ ଯାଇ ରେଜିଷ୍ଟ୍ରେସନ କରିବେ । ଯୋଜନାରେ ରେଜିଷ୍ଟ୍ରେସନ କରିବା ପରେ କାର୍ଡ ମିଳିବ । ଏହି କାର୍ଡକୁ ଯତ୍ନର ସହିତ ରଖିବାକୁ ହେବ । ରେଜିଷ୍ଟ୍ରେସନ ପରେ ଭେରିଫିକେସନ କରାଯାଇ ଆବେଦନ ଗ୍ରହଣ କରାଯିବ । ପଞ୍ଜୀକରଣ ପରେ ଆକାଉଣ୍ଟକୁ ପଇସା ଆସିବ । ଏହାପରେ ଆପଣଙ୍କ ଆକାଉଣ୍ଟକୁ ରାଶି ଆସିବ । କିନ୍ତୁ ନିର୍ବାଚନ ପରେ ଆପଣଙ୍କ ଖାତାକୁ ୨୧୦୦ ଆସିବ ।
ସୂଚନାଯୋଗ୍ୟ, ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦ ଲକ୍ଷର ଜୀବନ ବୀମା ସହିତ ୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କରାଯାଇଥିଲା । ଏଥିସହିତ ସେମାନଙ୍କର ଝିଅ ବାହାଘର ପାଇଁ ୧ ଟଙ୍କାର ସହାୟତା ମଧ୍ୟ ମିଳିବ । ହୋଲି ଓ ଦୀପାବଳିରେ ପୋଷାକ ପାଇଁ ଅଟୋ ଡ୍ରାଇଭରଙ୍କୁ ୨୫୦୦ ଟଙ୍କା ମିଳିବ । ଅଟୋ ଡ୍ରାଇଭର ପିଲାଙ୍କୁ ଫ୍ରିରେ କୋଚିଂ ମିଳିବ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କରିଥିଲେ ।