ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କୁ ମିଳିଲା ଜାମିନ, ଗତକାଲି କରିଥିଲେ ହଙ୍ଗାମା
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ପ୍ରଦର୍ଶନ କରିଥିବା ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ଜାମିନ ଦେଇଛନ୍ତି । ପୋଲିସ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ପ୍ରଦର୍ଶନ କରି ଭଙ୍ଗାରୁଜା କରିଥିଲେ । ଏମାନଙ୍କ ମଧ୍ୟରୁ ଗତକାଲି ୮ ଜଣଙ୍କୁ ଅଟକ ରଖିଥିଲା ପୋଲିସ ।
ଉସମାନିୟା ୟୁନିଭର୍ସିଟି ଜଏଣ୍ଟ ଆକ୍ସନ କମିଟି (ଜେଏସି)ର ସଦସ୍ୟମାନେ ରବିବାର ସନ୍ଧ୍ୟାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଥିଲେ । ସେମାନେ ଦାବି କରିଥିଲେ କି, ଅଲ୍ଲୁ ମୃତ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦିଅନ୍ତୁ ଏବଂ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରନ୍ତୁ ।
ପ୍ରଦର୍ଶନକାରୀମାନେ ଅଭିନେତାଙ୍କ ଘର ବାହାରେ ନାରାବାଜି କରିବା ସହ ନିଜର ଦାବିଗୁଡ଼ିକୁ ନେଇ ଚାପ ପକାଇବାକୁ ଚେଷ୍ଟା କରିଥିଲେ । ପୋଲିସ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ ଜଣଙ୍କୁ ଅଟକ ରଖିଥିଲା ।
ଘଟଣା ସମୟରେ ଅଲୁ ଅର୍ଜୁନ ଘରେ ନ ଥିଲେ । ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବଢ଼ାଇ ଦେବା ସହ ପ୍ରଦର୍ଶନକାରୀମାନଙ୍କୁ ଶାନ୍ତ ରଖିବାକୁ ଚେଷ୍ଟା କରିଥିଲା । ସେମାନେ ଘର ଉପରକୁ ଟମାଟର ପକାଇଥିଲେ । ଫୁଲକୁଣ୍ଡ ମଧ୍ୟଭାଙ୍ଗି ଥିଲେ ।
ହାଇଦ୍ରାବାଦ ସଂଧ୍ୟା ଥିଏଟରକୁ ୪୦-୫୦ ଜଣ ବାଉନ୍ସରଙ୍କୁ ନେଇ ଯାଇଥିଲେ ଅଲୁ ଅର୍ଜୁନ । ନୂଆ ସିସିଟିଭି ଫୁଟେଜ ଜାରି କଲା ହାଇଦ୍ରାବାଦ ପୋଲିସ । ପୁଷ୍ପା-୨ ପ୍ରିମିୟର ବେଳେ ଦଳଚକଟା ସଂପର୍କରେ ତାଙ୍କୁ ସୂଚନା ଦିଆଯାଇ ନଥିବା କହିଥିଲେ ଅଲ୍ଲୁ । ଏହାର କାଉଣ୍ଟରରେ ନୂଆ ଫୁଟେଜ ଜାରି କରିଛି ହାଇଦ୍ରବାଦ ପୋଲିସ ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୪ ତାରିଖରେ ଅଲ୍ଲୁ ଅର୍ଜୁନ ଓ ତାଙ୍କ ସହ ଅଭିନେତ୍ରୀ ରଶ୍ମିକାଙ୍କ ଝଲକ ଦେଖିବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ‘ସନ୍ଧ୍ୟା ଥିଏଟର’ରେ ଭିଡ଼ ଜମାଇଥିଲେ । ଦଳାଚକଟାରେ ଘଟଣାରେ ଜଣେ ୩୯ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଥିଏଟର ପରିଚାଳକଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ପୋଲିସ କହିଥିଲା ।