IBN ଓଡ଼ିଶା ବ୍ୟୁରୋ

ଜନ୍ମଦିନ ପାର୍ଟିରେ ଗୁଳିମାଡ଼, ଚାଲିଗଲା ୩ ଜଣଙ୍କର ଜୀବନ

ଜନ୍ମଦିନ ପାର୍ଟିରେ ଗୁଳିମାଡ଼ । ଗୁଳିମାଡ଼ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ହରିୟାଣା ପଞ୍ଚକୁଲାରେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ପୋଲିସ କହିବା ମୁତାବକ, ବିକ୍କି, ବିନୀତ ଏବଂ ନିୟା ନିଜ ଗାଡିରେ ବସିଥିଲେ । ଠିକ ଏହି ସମୟରେ ଅନ୍ୟ ଏକ ଗାଡିରେ ଅଜ୍ଞାତ କିଛି ଯୁବକ ଆସି ଆଖିବୁଜା ଗୁଳିମାଡ଼ କରିଥିଲେ । ପାଖାପାଖି ୧୫-୧୬ ରାଉଣ୍ଡ ଫାୟାରିଂ କରିଥିଲେ । ଫଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା । ମୃତକ ବିକ୍କି ଏବଂ ବିନୀତ ମାମୁଁ ଭଣଜା ଥିଲେ । ଦୁହେଁ ଦିଲ୍ଲୀରେ ରୁହନ୍ତି । ବିକ୍କି ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ମଧ୍ୟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରୁଛି । ଆଉ ଏହି ମାମଲାରେ ସିସିଟିଭି ଫୁଟେଜ ଚେକ୍ କରୁଛି ।

ମୃତକ ବିକ୍କି ବିରୋଧରେ ପଞ୍ଚକୁଲାର ସେକ୍ଟର-୨୦ ଥାନାରେ ମାମଲା ଦାୟର ଘଟଣା ପରେ ହୋଟେଲ ଷ୍ଟାଫ ଏବଂ ମ୍ୟାନେଜର ଫେରାର ରହିଛନ୍ତି । ପୋଲିସ ଗୁଳିମାରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ।

ସୂଚନାଯୋଗ୍ୟ, ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଅଭିଯୁକ୍ତମାନେ ବସ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରିଥିଲେ । ଅମରୋହାରେ ପିଲାମାନେ ସ୍କୁଲକୁ ଯାଉଥିବା ବେଳେ ଗୁଳିମାଡ ହୋଇଥିଲା । ଏହି ସମୟରେ ନଗଲା ଠାକୁରଦ୍ୱାରା ରୋଡରେ ବାଇକ ଆରୋହୀ ରାସ୍ତା ମଝିରେ ବସକୁ ଅଟକାଇ ଦେଇଥିଲେ । ଏହି ଦୁର୍ବୃତ୍ତମାନେ ନିଜ ମୁହଁକୁ କପଡାରେ ଗୁଡାଇ ଦେଇଥିଲେ । ଏହାପରେ ସେମାନେ ବସ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ୧ କିମି ପର୍ଯ୍ୟନ୍ତ ବସକୁ ପିଛା କରିଥିଲେ ଏବଂ ୨ଥର ଗୁଳିଚାଳନା କରିଥିଲେ । ଏହି ବସରେ ୩୦ରୁ ୩୫ ଜଣ ଛାତ୍ରଛାତ୍ରୀ ଥିଲେ ।

ଅକ୍ଟୋବର ୨୬ରେ ଉତ୍ତର ପଶ୍ଚିମ ଦିଲ୍ଲୀର ରାନୀବାଗରେ ରାତି ୮.୪୦ରେ ଜଣେ ବ୍ୟବସାୟୀଙ୍କ ଘର ଉପରେ ଗୁଳିମାଡ କରିଥିଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବିରୋଧୀ ବମ୍ବିହା ଗ୍ୟାଙ୍ଗ । ଏମାନେ ଏକ ବାଇକରେ ଆସି ଘର ବାହାରେ ଠିଆ ହୋଇଥିଲେ । ପରେ ଏକ ଚିଠି ବ୍ୟବସାୟୀଙ୍କ ଘରକୁ ପକାଇଥିଲେ । ବ୍ୟବସାୟୀଙ୍କ ଠାରୁ ୧୫ କୋଟି ଟଙ୍କା ଦାବି କରି ପରେ ଘରକୁ ଗୁଳିମାଡ କରିଥିଲେ । ୮ ରାଉଣ୍ଡ ଗୁଳି ଚଳାଉଥିଲେ ଏମାନେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button