Uncategorized

ଥାଇରଏଡ଼ ରୋଗୀ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ, ଆଜି ହିଁ ଜାଣି ନିଅନ୍ତୁ ।

ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି ଥାଇରଏଡ଼ ସମସ୍ୟା ଥିଲେ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ। ଥାଇରଏଡ଼ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ, ଯଥା ହାଇପୋ ଥାଇରଏଡ଼ରିଜିଂ ଏବଂ ହାଇପା ଥାଇରଏଡ଼ରିଜିଂ। ଯେତେବେଳେ ଶରୀରରେ ଥିବା ଥାଇରଏଡ଼ ଗ୍ରନ୍ଥି ଦୁର୍ବଳ ହୋଇ ଯାଇଥାଏ। ସେତେବେଳେ ହାଇପୋ ଥାଇରଏଡ଼ରିଜିଂ ସମସ୍ୟା ଦେଖା ଯାଇଥାଏ। ଏହି ସମସ୍ୟା ହେଲେ ଶରୀରରେ ଓଜନ ଏବଂ ମୋଟାପଣ ଦୃତଗତିରେ ବୃଦ୍ଧି ପାଇଥାଏ। ଏମିତି ସମସ୍ୟା ହେଲେ ଆପଣଙ୍କୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବା ଉଚିତ। କିଛି ଖାଦ୍ୟ ରହିଥାଏ ଯାହା ଥାଇରଏଡ଼ ସମସ୍ୟାକୁ ଗୁରୁତର କରିଥାଏ। ତେଣୁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ହୋଇ ଯାଇଥାଏ। ଆଜି ଆମେ ଜାଣିବା ଥାଇରଏଡ଼ ସମସ୍ୟା ରହିଥିଲେ କେଉଁ ଖାଦ୍ୟ ସେବନ କରିବାରୁ ଦୂରେଇ ରହିବା ଉଚିତ।

ପ୍ରଥମ ହେଉଛି ସୋୟାବିନ। ସୋୟାବିନ ର ସେବନ ଥାଇରଏଡ଼ ରୋଗୀଙ୍କ ପାଇଁ ବହୁତ କ୍ଷତିକାରକ ଅଟେ। ଯଦି ଜଣେ ସାଧାରଣ ବ୍ୟକ୍ତି ବାରମ୍ବାର ସୋୟାବିନ ସେବନ କରନ୍ତି ତାହେଲେ ତାଙ୍କର ଥାଇରଏଡ଼ ହର୍ମୋନର ଅଭାବ ଦେଖିବାକୁ ମିଳିଥାଏ। ଅର୍ଥାତ ହାଇପୋ ଥାଇରଏଡ଼ ଦେଖିବାକୁ ମିଳିଥାଏ। ଯେଉଁମାନଙ୍କୁ ହାଇପୋ ଥାଇରଏଡ଼ ଅଛି ସେମାନଙ୍କୁ ସୋୟାବିନର ସେବନ କରିବା ଉଚିତ ନୁହେଁ। ଖାଦ୍ୟ ରାନ୍ଧିବା ସମୟରେ ସୋୟାବିନ ତେଲ ବଦଳରେ ନଡ଼ିଆ ତେଲ ବା ସୋରିଷ ତେଲର ସେବନ କରିବା ଆବଶ୍ୟକ। ଏହାସହିତ ସୋୟା ସସ ଓ ସୋୟା ପନିରରୁ ଦୂରେଇ ରୁହନ୍ତୁ।

ଦ୍ଵିତୀୟରେ ହେଉଛି ଗ୍ଲୁଟେନ ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଗ୍ଲୁଟେନ ସାଧାରଣତଃ ମଇଦା ଜାତୀୟ ଖାଦ୍ୟରେ ପ୍ରସ୍ତୁତ ଯଥା ପାଉଁରୁଟି, ଚାଉମିନ ଇତ୍ୟାଦି। ଯେତେବେଳେ ଆମେ ଏହି ଖାଦ୍ୟ ସେବନ କରିଥାଉ ଏହାକୁ ହଜମ ହେବାରେ ବହୁତ ସମୟ ଲାଗିଥାଏ। ଏହାଯୋଗୁଁ ଆମେ ଖାଦ୍ୟରେ ଖାଉଥିବା ପୋଷାକ ତତ୍ତ୍ଵ ଶରୀରରେ ଶୋଷଣ ହୋଇ ପାରି ନଥାଏ। ତେଣୁ ଶରୀରରେ ପୋଷକ ତତ୍ୱର ଅଭାବ ହୋଇଥାଏ।

ତୃତୀୟ ହେଉଛି ସାଲାଇଭାଧାରୀ ପରିବାର ସେବନ ଅଳ୍ପ କରନ୍ତୁ। ଏହି ପରିବା ଗୁଡ଼ିକ ହେଲା ଫୁଲକୋବି,ବ୍ରୋକୋଲି, ସୋରିଷ, ଏଥିରେ ଗୁଟ୍ରୋଜେନ ଅଧିକ ମାତ୍ରାରେ ରହିଥାଏ। ଯାହା ଶରୀରରେ ଆୟୋଡ଼ିନର ମାତ୍ରା କୁ ଅଳ୍ପ କରି ଥାଏ। ତେଣୁ ଆୟୋଡ଼ିନ ର ଅଭାବ ଯୋଗୁଁ ଥାଇରଏଡ଼ ର ସମସ୍ୟା ହୋଇଛି ଯେଉଁ ମାନଙ୍କୁ ହୋଇଛି ସେମାନଙ୍କୁ ଏହି ପରିବା ଠାରୁ ଦୂରେଇ ରହିବା ଆବଶ୍ୟକ।

ଚତୁର୍ଥ ହେଉଛି ଚିନିର ବ୍ୟବହାର ଅଳ୍ପ କରନ୍ତୁ। ଥାଇରଏଡ଼ ରୋଗୀଙ୍କ ପାଇଁ ଚିନିର ସେବନ ଅଧିକ ହାନିକାରକ ହୋଇଥାଏ। ଥାଇରଏଡ଼ ରୋଗ ହେଲେ ଶରୀରରେ ମେଟାବଲିଯିମ ଧୀର ହୋଇ ଯାଇଥାଏ। ତେଣୁ ଶରୀରରେ ଓଜନ ଶୀଘ୍ର ଶୀଘ୍ର ବଢ଼ିବାକୁ ଲାଗିଥାଏ। ଏମିତି କ୍ଷେତ୍ରରେ ଚିନି ଠାରୁ ଦୂରେଇ ରହିବା ଉଚିତ। ଆପଣ ଜାଣି ରଖନ୍ତୁ କି ଚିନି ଏପରି ଏକ ଜିନିଷ ଅଟେ ଯାହାର ସେବନ ଦ୍ଵାରା ଶରୀରକୁ କୌଣସି ପୋଷକ ତତ୍ତ୍ଵ ମିଳି ନଥାଏ। କିନ୍ତୁ ମିଠାର ସେବନ କଲେ ଶରୀରର ଓଜନ ଶୀଘ୍ର ବୃଦ୍ଧି ହୋଇଥାଏ। ତେଣୁ ଥାଇରଏଡ଼ ସମସ୍ୟା ରହିଥିଲେ ଚିନି ବା ଚିନିରୁ ପ୍ରସ୍ତୁତ ସବୁ ଖାଦ୍ୟ ବର୍ଜିତ କରିବା ଆବଶ୍ୟକ।

ପଞ୍ଚମ ହେଉଛି ଜଙ୍କ ଫୁଡ଼। ଥାଇରଏଡ଼ ରୋଗୀ ମାନଙ୍କୁ ଯଙ୍କ ଫୁଡର ଆଦୌ ସେବନ କରିବା ଉଚିତ ନୁହେଁ। ଏହାସହିତ ଚର୍ବି ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ ନୁହେଁ। ପ୍ୟାକେଟ ଖାଦ୍ୟ, ତେଲ ଯୁକ୍ତ ଖାଦ୍ୟ ସେବନ କଲେ ମୋଟାପଣ ବୃଦ୍ଧି ହୋଇଥାଏ । ଶରୀରର ଅଦରକାରୀ ଚର୍ବି ବୃଦ୍ଧି ପାଇଲେ ଶରୀରର ଥାଇରଏଡ଼ ର ଅବସୋଷଣ ହ୍ରାସ ହୋଇଥାଏ। ଚାଉମିନ, ବିସ୍କୁଟ ଆଦି ସେବନ କଲେ ପୋଷକ ତତ୍ତ୍ଵର ମାତ୍ରା ହ୍ରାସ ପାଇବାକୁ ଲାଗେ। ଏହା ଶରୀରରେ ଦୃତ ଗତିରେ ଅଦରକାରୀ ଚର୍ବି ସୃଷ୍ଟି କରିଥାଏ। ଏହା ସହିତ ଫାଷ୍ଟ ଫୁଡ଼ର ସେବନ କଲେ ବ୍ଲଡ଼ ପ୍ରେସର ର ବୃଦ୍ଧି ହୋଇଥାଏ। ତେଣୁ ଚାଇନିଜ ଫୁଡ, ପ୍ୟାକେଟ ଫୁଡ଼, ଫ୍ରାଏଡ଼ ଫୁଡ଼ ରୁ ଦୂରେଇ ରୁହନ୍ତୁ।

ଷଷ୍ଠ ହେଉଛି କ୍ୟାଫିନର ସେବନ କରନ୍ତୁ ନାହିଁ। ଯଦି ଆପଣ ଥାଇରଏଡ଼ ରୋଗ ପାଇଁ ଔଷଧ ସେବନ କରୁଛନ୍ତି ତାହେଲେ କ୍ୟାଫିନର ସେବନ କରନ୍ତୁ ନାହିଁ। କାରଣ ଏହା ଔଷଧର ପ୍ରଭାବକୁ ହ୍ରାସ କରିଥାଏ। ଚାହା କିମ୍ବା କଫିରେ ପ୍ରଚୁର ପରିମାଣରେ କ୍ୟାଫିନ ରହିଥାଏ। ଚାହା କିମ୍ବା କଫିରେ ଚିନି ମିଶେଇ ଏହାର ସେବନ କଲେ ଏହା ଔଷଧର ପ୍ରଭାବକୁ ହ୍ରାସ କରି ଥାଏ। ଯଦି ଆପଣ ଚାହା ସେବନ କରିଛନ୍ତି ତାହେଲେ ଔଷଧ ସେବନର ଏକ ଘଣ୍ଟା ପୂର୍ବରୁ ବା ଔଷଧ ସେବନର ଏକ ଘଣ୍ଟା ପରେ ଆପଣ ଚାହା ବା କଫି ସେବନ କରି ପାରିବେ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button