Uncategorized

ମହୁର ୧୦ଟି ଔଷଧୀୟ ଗୁଣ, ଯାହା ଜାଣିଲେ ଆପଣ ମହୁ ଖାଇବା ଆରମ୍ଭ କରି ଦେବେ ।

ବନ୍ଧୁଗଣ ମହୁର ବ୍ୟବହାର ପୁରାତନ ଯୁଗରୁ ବିଭିନ୍ନ ପ୍ରକାର ରୋଗକୁ ଠିକ କରିବା ପାଇଁ ହୋଇଆସିଛି। ଗୋଟେ ଚାମଚ ମହୁର ୬୪ କ୍ୟାଲୋରୀ ଏବଂ ୭୪ ସୁଗାର ଥାଏ। ମହୁର ଫାଇବର ନଥାଏ। ମହୁ ମିଠା ହେବା ସତେ ମଧ୍ୟ ଏହାକୁ ଡାଇବେଟିସ ରୋଗୀ ମଧ୍ୟ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ମହୁର ଫାଇଦା ବିଷୟରେ।

ରକ୍ତହୀନତା ରୋଗ ଦୂର କରିଥାଏ:-

ଉଷୁମ ପାଣିରେ ମହୁ ମିଶାଇ ପିଇଲେ ଏହା ରକ୍ତରେ ଲୋହିତ ରକ୍ତ କଣିକା ବା ଆର୍ବିସିସ ବୃଦ୍ଧି କରେ। ଏହି ଆର୍ବିସିସ ଶରୀରର ବିଭିନ୍ନ ଅଙ୍ଗକୁ ଅମ୍ଳଜାନ ନେଇକି ଯିବାର କାମ କରିଥାଏ। ଜଣେ ବ୍ୟକ୍ତିର ଶରୀର କେତେ ସୁସ୍ଥ ଅଛି ତାହା ଶରୀରରେ ଥିବା ଲୋହିତ ରକ୍ତ କଣିକା ଉପରେ ନିର୍ଭର କରିଥାଏ। ଯେତେ ଅଧିକ ରକ୍ତ କଣିକା ସେତେ ଅଧିକ ଅମ୍ଳଜାନ ଶରୀରରେ ଥାଏ। ତେଣୁ ରକ୍ତର ଅଭାବ ଦୂର କରିବା ପାଇଁ ପ୍ରତିଦିନ ଉଷୁମ ପାଣିରେ ଗୋଟେ ଚାମଚ ମହୁ ପକାଇ ଏହାର ସେବନ କରନ୍ତୁ।

Google

ହୃଦଘାତ ହେବା ଏବଂ କ୍ୟାନସରରୁ ରକ୍ଷା କରେ:-

ମହୁର ଆଣ୍ଟିଅକ୍ସିଡେଣ୍ଟ ଗୁଣ ଥାଏ। ଏହାର ସେବନ କଲେ ରକ୍ତର ଆଣ୍ଟିଅକ୍ସିଡେଣ୍ଟ ଗୁଣ ବୃଦ୍ଧି ପାଇଥାଏ। ଯାହା ହୃଦଘାତ ଷ୍ଟ୍ରକ ଏବଂ ବିଭିନ୍ନ ପ୍ରକାରର କ୍ୟାନସରରୁ ରକ୍ଷା କରିଥାଏ। ଏହା ବ୍ୟତୀତ ମହୁ ଖାଇଲେ ଆଖି ମଧ୍ୟ ସୁସ୍ଥ ରହିଥାଏ।

ରକ୍ତଚାପ ହ୍ରାସ କରେ:-

ଗବେଷଣାରୁ ଜଣା ଯାଇଛି ଯେ ମହୁର ସେବନ କଲେ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ରକ୍ତଚାପ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ। ମହୁର ସେବନ କଲେ ଶରୀରରେ ବେଲ୍ଟକଲେଷ୍ଟ୍ରଲ ବା ମାତ୍ରା ହ୍ରାସ ପାଇଥାଏ। ଏବଂ ବେଲ୍ଟ କଲେଷ୍ଟ୍ରଲ ମାତ୍ରା ବୃଦ୍ଧି କରିଥାଏ। ମହୁର ସେବନ ଦ୍ୱାରା ରକ୍ତ ଜନୀରେ ଜମି ରହିଥିବା ଖରାପ କଲେଷ୍ଟ୍ରଲ ହ୍ରାସ ପାଉଥିବାରୁ ରକ୍ତଚାପ ଏବଂ ଷ୍ଟ୍ରକର ଭୟ ମଧ୍ୟ ଦୂର ହୋଇଯିବ।

ତ୍ୱଚାକୁ ସୁନ୍ଦର କରେ:-

ମହୁ ତ୍ୱଚାରେ ନିଖାର ଆଣିବାରେ ସାହାର୍ଯ୍ୟ କରିଥାଏ। ଏବଂ ତ୍ୱଚାକୁ ଶୁଖିବାକୁ ଦିଏ ନାହିଁ। ଚେହେରାର ମହୁ ଲଗାଇଲେ ଏହା ଚେହେରାରେ ଥିବା ମୃ-ତ କଷିକାକୁ ବାହାର କରିଦେଇଥାଏ। ତେଣୁ ଚେହେରାର ବୟସ ଜନିତ ଜୋରି ପଡିନଥାଏ।

Google

କ୍ଷତ ଏବଂ ପୋଡା ଜଳା ଠିକ କରେ:-

ପୁରାତନ ଯୁଗରୁ ମହୁର ବ୍ୟବହାର କ୍ଷତକୁ ଭରିବା ଏବଂ ପୋଡା ଜଳାକୁ ଠିକ କରିବା ପାଇଁ ହୋଇ ଆସିଛି। ମହୁରେ ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ଯୋଗୁ ଏହା କଟା ଘାରେ ବ୍ୟାକ୍ଟେରିୟାକୁ ବଞ୍ଚିବାକୁ ଦେଇନଥାଏ। ଏହା ସହିତ ମହୁରେ ଆଣ୍ଟିଇଞ୍ଜାମ ଗୁଣ ଯୋଗୁ କ୍ଷତ ଯୋଗୁ ହୋଇଥିବା ଫୁଲା ମଧ୍ୟ ଦୂର ହୋଇଯାଏ। ଏଣୁ କଟି ଯାଇଥିବା ବା ପୋଡି ଯାଇଥିବା ସ୍ଥାନରେ ମହୁ ଲଗାଇଲେ ଏହା ଭଲ ପରିଣାମ ଦେଇଥାଏ।

ଛୋଟ ଛୁଆଙ୍କର କାଶ ଦୂର କରଥାଏ:-

କାଶିବା ଛୋଟ ପିଲାଙ୍କର ଏକ ବଡ଼ ସମସ୍ୟା। ଏହା ଶ୍ୱାସ ନଳୀରେ ଇନଫେକ୍ସନ ଯୋଗୁ ହୋଇଥାଏ। ଛୋଟ ପିଲାଙ୍କ ମହୁ ଖୁଆଇଲେ ଏହା ଇନଫେକ୍ସନକୁ ଦୂର କରି କାଶ ବନ୍ଦ କରିଦେଇଥାଏ। ଏହା ବ୍ୟତୀତ ଛୋଟ ପିଲା ମହୁର ସେବନ କଲେ ତାଙ୍କୁ ନିଦ ମଧ୍ୟ ଭଲ ହୋଇଥାଏ।

ମୋଟାପଣ ଦୂର କରେ:-

ପ୍ରତିଦିନ ସକାଳେ ଖାଲି ପେଟରେ ଉଷୁମ ପାଣିରେ ଦୁଇ ଚାମଚ ମହୁ ମିଶାଇ ଏହାର ସେବନ କଲେ ପେଟରେ ଜମିଥିବା ଚର୍ବି ଦୂର ହୋଇଥାଏ। ଏହି ମିଶ୍ରଣର ଲେମ୍ବୁ ରସ ମିସାଇଲେ ଏହାର ପ୍ରଭାବ ଆହୁରି ଅଧିକ ରହିଥାଏ। କିନ୍ତୁ ଯଦି ପେଟରରେ ଜମିଥିବା ଚର୍ବି ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଗ୍ଲାସ ଉଷୁମ ପାଣିରେ ଗୋଟିଏ ଚାମଚ ମହୁ ମିଶାଇ ପିଅନ୍ତୁ।

Google

ଆଜ୍ମା ଦୂର କରିଥାଏ:-

ଯଦି ଆପଣଙ୍କୁ ଆଜ୍ମା ବା କାଶ ହେବାର ସମସ୍ୟା ଥାଏ ତେବେ ଗୋଟେ ଚାମଚ ଅଦା ରସରେ ଗୋଟେ ଚାମଚ ମହୁ ମିଶାଇ ଏହାର ସେବନ ଦିନରେ ଦୁଇଥର କରନ୍ତୁ। ଏହା କାଶ ଏବଂ ଆଜ୍ମା ଦୂର କରିବାରେ ଲାଭଦାୟକ ହୋଇଥାଏ।

ଅନିଦ୍ରା ଦୂର କରେ:-

ମହୁର ସେବନ କଲେ ଏହା ନିଦ ନଆସିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଯଦି ରାତିରେ ନିଦ ନଆସିବା ସମସ୍ୟା ଥାଏ ତେବେ ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଉଷୁମ କ୍ଷୀରରେ ଗୋଟେ ଚାମଚ ମହୁ ମିଶାଇ ଏହାର ସେବନ କରନ୍ତୁ। ମହୁର ଥିବା କାର୍ଵହାଇଡେଡ଼ ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏବଂ ଭଲ ନିଦ୍ରା ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button