ରାଜ୍ୟ

ଚଳଚ୍ଚିତ୍ର ‘ୱାଇଫ’ର ସ୍ବତନ୍ତ୍ର ସ୍କ୍ରିନିଂ: ବର୍ଷାଙ୍କ କାହାଣୀ ସହ ମିଶୁଛି

ଚନ୍ଦ୍ରଶେଖରପୁର: ‘ୱାଇଫ’ ଫିଲ୍ମର କାହାଣୀ ଦେଖିଲେ ଏହା ବର୍ଷା-ଅନୁଭବଙ୍କ ଜୀବନର ପ୍ରକୃତ କାହାଣୀ ବୋଲି ଦର୍ଶକ ଭାବିବାକୁ ବାଧ୍ୟ ହେବେ। ଚଳଚ୍ଚିତ୍ରରେ ଅନେକ କଥା ବର୍ଷାଙ୍କ ଜୀବନ ସହ ମିଶୁଥିଲେ ମଧ୍ୟ ଏହା କେବଳ ଏକ କାହାଣୀ ବୋଲି କହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଏବେ ସମାଜରେ ଏଭଳି କାହାଣୀ ଅଧିକାଂଶ ଘରେ ଦେଖିବାକୁ ମିଳୁଛି ବୋଲି ଯୁକ୍ତି ବାଢ଼ିଛନ୍ତି ବର୍ଷା। ଫିଲ୍ମ ଓଡ଼ିଆ ଦର୍ଶକଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ପୂରା ଟିମ୍‌। ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ, ନାୟକ ଜୟଜିତଙ୍କୁ ବିବାହ କରୁଛନ୍ତି। ବିବାହର କିଛି ଦିନ ବେଶ ହସଖୁସିରେ ବିତୁଥିବା ବେଳେ ହଠାତ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଭିତରେ ଜଣେ ମହିଳା ସାମ୍ବାଦିକାଙ୍କ ଆବିର୍ଭ‌ାବ ହେଉଛି। ମହିଳା ସାମ୍ୱାଦିକାଙ୍କ ପ୍ରେମରେ ଉବୁଟୁବୁ ହୋଇଛନ୍ତି ସ୍ବାମୀ। ଏହି ସାମ୍ବାଦିକାଙ୍କ ପାଇଁ ବର୍ଷାଙ୍କ ବୈବାହିକ ଜୀବନରେ ଆସୁଛି ଝଡ଼। ଆଉ ବର୍ଷାଙ୍କ ସ୍ୱାମୀ ତାଙ୍କ ଠାରୁ ଚାହୁଛନ୍ତି ଛାଡ଼ପତ୍ର। ଜାନୁଆରି ୩ରେ ଏଭଳି କାହାଣୀକୁ ନେଇ ମୁକ୍ତିଲାଭ କରିବାକୁ ଯାଉଛି ବର୍ଷା ପ୍ରିୟଦର୍ଶିନୀଙ୍କ ଫିଲ୍ମ ‘ୱାଇଫ’। ଘରର ଚାରି କାନ୍ଥ ଭିତରେ ସ୍ୱାମୀ-ସ୍ତ୍ରୀ ଭିତରେ କ’ଣ ସବୁ ଘଟଣା ଘଟେ ତାହା ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି।

ୱାଇଫ୍‌ର ସ୍ବତନ୍ତ୍ର ସ୍କ୍ରିନିଂ ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ। ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର, ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହ୍ୟୁମାନ ସାଗର ଏବଂ ସତ୍ୟଜିତ ପ୍ରଧାନ। ଏହି ଅବସରରେ ଅଭିନେତ୍ରୀ ବର୍ଷା ସମସ୍ତଙ୍କୁ ଜାନୁଆରି ୩ରେ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button