IBN ଓଡ଼ିଶା ବ୍ୟୁରୋ

ସୋମବାର ଦିନ ସନ୍ଧ୍ୟାରେ ଏହି ମନ୍ତ୍ର ମଧ୍ୟରୁ ଗୋଟିଏ ର ଜପ କରନ୍ତୁ, ମହାଦେବ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରାଇବେ

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ତ୍ରିଦେବ ବୋଲି କୁହାଯାଏ । ଭଗବାନ ଶିବଙ୍କୁ ସଂହାରର ଦେବତା ବୋଲି ମଧ୍ୟ କୁହାଯାଏ । ଏହିଭଳି ଭାବରେ ଭଗବାନ ଶିବଙ୍କର ସର୍ବମୋଟ ୧୨ ଟି ନାମ ପ୍ରକ୍ଷାତ ଅଛି । ପୁରୁଷ ଠାରୁ ଆରମ୍ଭ କରି ମହିଳାମାନେ ସମସ୍ତେ ତାଙ୍କର ଭକ୍ତିରେ ଲୀନ ରୁହନ୍ତି । ସୋମବାର ଦିନ ଲୋକମାନେ ଭଗବାନ ଶିବଙ୍କର ପୂଜା ଅର୍ଚ୍ଚନା କରନ୍ତି । ଏହି ଦିନରେ କେତେକ ଲୋକମାନେ ଉପବାସ ବି କରିଥାନ୍ତି ।

କିନ୍ତୁ ଯଦି ସୋମବାର ଦିନ ଆପଣ ଶିବଙ୍କର ପୂଜା ସହିତ କିଛି ଏହିଭଳି ଉପାୟ କରୁଛନ୍ତି ତେବେ ଆପଣଙ୍କର ସବୁ ନ ହେଉଥିବା କାମ ହୋଇଯିବ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ମନ୍ତ୍ର ବିଷୟରେ କହିବୁ ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ ।

ଏହି ମନ୍ତ୍ର ଦ୍ଵାରା ଆପଣଙ୍କର ସବୁ ମନୋକାମନା ପୁରା ହେବ

ଧନ ପ୍ରାପ୍ତି

ଧନପ୍ରାପ୍ତି ପାଇଁ ଆପଣ ସୋମବାର ଦିନ ୧୦୮ ଥର “ଓମ ନମ: ଶିବାୟ” ମନ୍ତ୍ରର ଜପ କରନ୍ତୁ । ଏହି ଜପ ରୁଦ୍ରାକ୍ଷ ମାଳା ସହ କରନ୍ତୁ ଏବଂ ମନ୍ତ୍ର ପଢୁଥିବା ସମୟରେ ଭଗବାନଙ୍କ ସାମ୍ନାରେ ଶୁଦ୍ଧ ଦେଶୀ ଘିଅର ଦୀପ ଜଳାନ୍ତୁ ।

ମନୋକାମନା ପୁରା ହେବ

ଯଦି ଆପଣ ନିଜର କୌଣସି ମନୋକାମନା ପୁରା କରିବାକୁ ଚାହୁଁଛନ୍ତି ତେବେ “ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଂଗ ରାଗାୟ ମହେଶ୍ୱରାୟ ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମେ ନ କାରାୟ ନମ: ଶିବାୟ:” ମନ୍ତ୍ରର ଜପ ସୋମବାର ଦିନ କରନ୍ତୁ ।

ଜୀବନରେ ଖୁସି

ଯଦି ଆପଣଙ୍କ ଜୀବନ ଉତ୍ଥାନ ପତ୍ତନ ଦେଇ ଗତି କରୁଛି ତେବେ ଆପଣ ନିଜ ଜୀବନର ଖୁସି ପାଇଁ ସୋମବାର ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ପୂଜା କରନ୍ତୁ ଏବଂ ମାତା ପାର୍ବତୀଙ୍କୁ ଧ୍ୟାନ କରି “ଓଁ ଐଂ ହ୍ରୀଂ ଶିବ ଗୌରୀମୟ, ହ୍ରୀଂ ଐଂ ଓଁ” ମନ୍ତ୍ରକୁ ଜପ କରନ୍ତୁ ।

ମୁର୍ତ୍ୟୁଯୋଗ ଏବଂ ଦୁର୍ଘଟଣାକୁ ଟାଳନ୍ତୁ

ମୁର୍ତ୍ୟୁଯୋଗ ଏବଂ ଦୁର୍ଘଟଣାର ସମ୍ଭାବନାକୁ ଟାଳିବା ପାଇଁ ସୋମବାର ଦିନ ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଉଚିତ । ସେହି ମନ୍ତ୍ର କିଛି ଏହିଭଳି ଅଟେ – ଓଁ ତ୍ରୟମ୍ବକଂ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ । ଉର୍ବାରୁକମିବ ବନ୍ଧନାତମୃତ୍ୟୁମୁକ୍ଷୀୟ ମାମୃତାତ୍ ॥

ସ୍ଵାମୀର ଅଧିକ ଆୟୁ ପାଇଁ

ସ୍ଵାମୀର ଅଧିକ ଆୟୁ ପାଇଁ ମହିଳାମାନଙ୍କୁ “ଓଁ ହ୍ରୀଂ ନମ: ଶିବାୟ ହ୍ରୀଂ ଓଁ” ର ଜପ କରିବା ଦରକାର । ଏହି ଜପ ଭଗବାନ ଶିବଙ୍କର କ୍ଷୀରରେ ଅଭିଷେକ କରିବା ସମୟରେ କରିବା ଉଚିତ ।

ବିବାହରେ ବାଧା

ଯେଉଁ ଲୋକମାନଙ୍କର ବିବାହରେ ବିଳମ୍ବ ହେଉଛି ସେମାନେ ସୋମବାର ଦିନ “ଓମ ଶ୍ରୀ ବର ପ୍ରଦାୟ ଶ୍ରୀ ନାମ” ମନ୍ତ୍ରର ଜପ କରନ୍ତୁ । କିଛି ଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଝିଅ ମାନଙ୍କ ପାଇଁ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button