IBN ଓଡ଼ିଶା ବ୍ୟୁରୋ

ଷ୍ଟାରସିପର ସପ୍ତମ ଟେଷ୍ଟ ଫେଲ୍

ଫେଲ୍ ମାରିଲା ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସ ଷ୍ଟାରସିପର ଉତକ୍ଷେପଣ। ଷ୍ଟାରସିପର ସପ୍ତମ ଟେଷ୍ଟ ଫେଲ୍ ମାରିଛି। ଆକାଶରେ ହିଁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଜଳିପୋଡ଼ିଗଲା। ଭାରତୀୟ ସମୟ ଅନୁସାରେ ଜାନୁଆରୀ ୧୭ ଭୋର୍ ୪ଟା ବେଳେ ଟେକ୍ସାସର ବୋକା ଚିକାରୁ ରକେଟ ଲଞ୍ଚ୍ କରାଯାଇଥିଲା। ଲଞ୍ଚିଂର ୮ ମିନିଟ ପରେ ବୁଷ୍ଟର ବା ଉପଗ୍ରହର ତଳ ଅଂଶ ଅଲଗା ହୋଇ ପୁ଼୍ଣି ଲଞ୍ଚପ୍ୟାଡ୍ ଉପରେ ଆସି ପଡ଼ିଥିଲା। ସିପ୍ ବା ଉପର ଭାଗରେ ଅକ୍ସିଜେନ୍ ଲିକ୍ ରୁ ଆକାଶରେ ହିଁ ବ୍ଲାଷ୍ଟ କରିଯାଇଛି। ଆକାଶରୁ ନିଆଁ ଝୁଲା ଖସିଲା ଭଳି ପ୍ରତୀୟମାନ ହେଉଥିଲା। ଷ୍ଟାରସିପ୍ ସ୍ପେଶକ୍ରାଫ୍ଟ ଓ ସୁପର ହେବି ରକେଟକୁ ମିଳିତ ଭାବେ ଷ୍ଟାରସିପ୍ କୁହାଯାଏ। ଷ୍ଟାରସିପରେ ୬ ରେପ୍ଟର ଇଞ୍ଜିନ୍ ଲାଗିଥାଏ। ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ଯିବାକୁ ଯୋଜନା ହୋଇଥିଲା। ଷ୍ଟାରସିପର ଷଷ୍ଠ ଟେଷ୍ଟ ନଭେମ୍ୱର ୨୦, ୨୦୨୪ରେ ହୋଇଥିଲା। ଲଞ୍ଚପ୍ୟାଡରେ ଓହ୍ଲାଇବା ବେଳେ ସମସ୍ୟା ଦେଖାଦେବାରୁ ବାଧ୍ୟ ହୋଇ ପାଣିରେ ଲ୍ୟାଣ୍ଡିଂ କରାଯାଇଥିଲା। ସେତେବେଳେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବି ପରୀକ୍ଷଣ ଦେଖିବାକୁ ଷ୍ଚାରବେସ୍ ପହଞ୍ଚିଥିଲେ। ଆମେରିକୀୟ ଅରବପତି ମସ୍କଙ୍କ କମ୍ପାନୀ ଷ୍ଚାରସିପ ରକେଟ ଲଞ୍ଚ ମିଶନରେ ଫେଲ୍ ମାରିଗଲା। ଏହାକୁ ନେଇ ମସ୍କ କହିଛନ୍ତି, ସଫଳତା ଅନିଶ୍ଚିତ ଅଟେ। କିନ୍ତୁ ମନୋରଞ୍ଜନର ଗ୍ୟାରେଣ୍ଟି ଅଛି। ଉଡ଼ାଣ ବେଳେ ଅନ୍ତରୀକ୍ଷ ଯାନର ୬ଟି ଯାକ ଇଞ୍ଜିନ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇଯାଇଥିଲା। ଆଉ ଉଡ଼ାଣର ୮ ମିନିଟ ପରେ ହିଁ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ମସ୍କଙ୍କ ଯୋଜନା ଥିଲା ଯେ, ଷ୍ଟାରସିପରେ ବାସ୍ତବିକ ଷ୍ଟାରଲିଂକ୍ସ ଲଞ୍ଚ କରାଯିବ। ତା ପରେ ଅନ୍ୟ ସାଟେଲାଇଟ୍ସ ଓ ଅନ୍ତତଃ କ୍ରୁଜ୍ ପରେ ଏହାକୁ ପରୀକ୍ଷଣ କରାଯିବ। ନାସା ବି ଚନ୍ଦ୍ରରେ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଓହ୍ଲାଇବାକୁ ଷ୍ଟାରସିପର ଏକ ଯୋଡ଼ାକୁ ସଂରକ୍ଷିତ କରି ରଖିଛି। ସ୍ପେଶଏକ୍ସ ଏହାକୁ ଲଞ୍ଚ୍ କରିବା ଆଗରୁ ୧୦ଟି ଡମି ଉପଗ୍ରହ ସହ ପ୍ରାକ୍ଟିସ କରିଥିଲା। ତା ସତ୍ତ୍ୱେ ବି ଉତକ୍ଷେପଣ ବିଫଳ ହେଲା।ଆକାଶରେ ବିସ୍ଫୋରଣରୁ ଫ୍ଲୋରିଡ଼ାରେ ଅନେକ ଫ୍ଲାଇଟ୍ ପ୍ରଭାବିତ ହୋଇଛି। ଉଡ଼ାଣରେ ପ୍ରାୟ ଘଣ୍ଟାଏ ବିଳମ୍ୱ ହୋଇଛି। ଅନେକ ବିମାନର ରୁଟ୍ ପରିବର୍ତ୍ତନ ସହ ଆଉ କିଛି ବିମାନକୁ ବିମାନବନ୍ଦରରେ ହଲ୍ଟ କରିଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button