ରାଜ୍ୟ

୬୮ କେଜି ଗଂଜେଇ ଚାଲାଣ ମାମଲା: ୩ ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌, ୧ ଲକ୍ଷ ଜରିମାନା – Ibnodisha

[ad_1]

ବାରିପଦା: ମୟୂଭରଞ୍ଜ ଜିଲ୍ଲା ରାସ‌‌ଗୋବିନ୍ଦପୁର ଥାନା ଅଞ୍ଚଳରେ ୨୦୨୦ ମସିହାର ଏକ ଗଂଜେଇ ଚାଲାଣ ମାମଲାର ବିଚାର କରି ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ ଅରବିନ୍ଦ ପଟ୍ଟନାୟକ। ସମସ୍ତ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ ଜେଲ୍‌ ଓ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ଅର୍ଥ ଅନାଦେୟ ଅଧିକ ୬ ମ‌ାସ ଲେଖାଏ ଜେଲ୍‌ଦଣ୍ଡ ଭ‌ୋଗିବାକୁ ରାୟରେ କୁହାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବ୍ରଜେନ୍ଦ୍ର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।
ସୂଚନାଯୋଗ୍ୟ; ୨୦୨୦ ମସିହା ନଭେମ୍ବର ୮ ତାରିଖ ରାତିରେ ‌ରାସଗୋବିନ୍ଦପୁର ପୁଲିସ ପାଟ୍ରୋଲିଂ ବେଳେ ଏକ ବୋଲେରୋ ଧରା ପଡ଼ିଥିବା ବେଳେ ସେଥିରୁ ୬୮ କେଜି ଗଂଜେଇ ମିଳିଥିଲା। ବାଲେଶ୍ବର ଜିଲ୍ଲା ବସ୍ତାରୁ ଭାୟା ରାସଗୋବିନ୍ଦପୁର ଦେଇ କଲିକତାକୁ ଏହି ଗଂଜେଇ ଚାଲାଣ ହେଉଥିଲା। ଏହି ମାମଲାରେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ମଙ୍ଗଳପୁର ଗାଁର ଶେଖ୍ ରେଫକତ୍ ଅଲ୍ଲୀ, ରୁପ୍‌ସା ଥାନା ଶ୍ୟାମସୁନ୍ଦରପୁର ଗାଁର ମିହିର ବିଶ୍ବାଳ ଓ ରବୀନ୍ଦ୍ର କୁମାର ଦେଓଙ୍କୁ ଗିରଫ କରିଥିଲା ପୁଲିସ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button