ରାଜ୍ୟ

ରେଡିଓ ଚକଲେଟ୍‌ ଫ୍ୟାମିଲି ନଂ୧ ସିଜନ୍‌-୬ର ଫିନାଲେ

ଭୁବନେଶ୍ବର: ରେଡିଓ ଚକଲେଟ୍‌ର ବିଶେଷ ପ୍ରସ୍ତୁତି ଫ୍ୟାମିଲି ନଂ-୧ ସିଜନ୍‌-୬ର ଫିନାଲେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଆୟୋଜିତ ହୋଇଯାଇଛି। ରାଜଧାନୀ ବିଭିନ୍ନ ଆପାର୍ଟମେଣ୍ଟରୁ ବଛା ହୋଇ ଆସିଥିବା ପରିବାର ଏଥିରେ ଅଂଶଗ୍ରହଣ କରିଥିଲେ। ଏନେଇ ଗତ ୨ରୁ ୩ମାସ ଧରି ଭୁବନେଶ୍ୱରର ୧୦ଟି ପ୍ରମୁଖ ଆପାର୍ଟମେଣ୍ଟରେ ପ୍ରି-ସିଲେକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଫିନାଲେକୁ ରେଡିଓ ଚକଲେଟ୍‌ର ମୁଖ୍ୟ ତଥା ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଅତିଥି ଭା‌ବେ କାର୍ଯ୍ୟକ୍ରମର ପ୍ରାୟୋଜକ ଶାନ୍ତି ଟିଏମ୍‌ଟି ବାର୍‌ସ, ଆଦିତ୍ୟ ଗ୍ରୁପ୍‌ସ, ଓମ୍‌ଫେଡ୍‌, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଉତ୍କଳ ହସ୍ପିଟାଲ, ଫାର୍ମ ବି, ଗ୍ରିନ୍‌ ଚିଲିଜ୍‌, ଶ୍ରୀ ଛପନ ଭୋଗ, ସୌକିନ୍‌ ମ୍ୟାଟ୍ରେସ୍‌, ଆସ୍ମି ସେଲୁନ୍‌ ୱେଲନେସ୍‌, ଅଖିଳ ଫଟୋଗ୍ରାଫିର ପ୍ରତିନିଧିମାନେ ଯୋଗଦେଇଥିଲେ। ରେଡିଓ ଚକଲେଟ୍‌ ପ୍ରୋଗ୍ରାମିଂ ହେଡ୍‌ ସଂଗ୍ରାମ ମିଶ୍ର, ରେଡିଓ ଚକଲେଟ୍ ଓ କନକ ନ୍ୟୁଜ୍‌ର ସେଲ୍‌ସ ହେଡ୍‌ କଲ୍ୟାଣେନ୍ଦୁ ନାୟକ, ଆଞ୍ଚଳିକ ମୁଖ୍ୟ ପ୍ରଶାନ୍ତ କୁମାର ମାଲ୍ଲୁ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଓଲିଉଡ୍‌ ଗାୟିକା ଲୋପାମୁଦ୍ରା ଦାଶ ସଙ୍ଗୀତ ପରିବେଷଣ କରିଥିଲେ।

ଏହି ଅବସରରେ ଶିଶୁମାନଙ୍କର ରୢାମ୍ପ ୱାକ୍‌, ସାଧାରଣଜ୍ଞାନ ପ୍ରତିଯୋଗିତା, କୌତୁହଳପୂର୍ଣ୍ଣ ଖେଳ ଓ ନୃତ୍ୟ ପରିବେଷିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ମହାପାତ୍ର ବିଚାରକ ଦାୟିତ୍ବ ତୁଲାଇଥିଲେ। ଅଂଶଗ୍ରହଣକାରୀ ପରିବାର ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ପରିବାରଙ୍କୁ ସମ୍ମାନିତ କରାଯାଇଥିଲା। ସୁମିତା ଦାସ ଓ ପରିବାର ଫିନାଲେର ବିଜେତା ହୋଇଥିଲେ। ନନ୍ଦନ ଝାଙ୍କ ପରିବାର ଦ୍ୱିତୀୟ ଏବଂ ସୁମିତ ମୁନିଆଙ୍କ ପ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button