ରାଜ୍ୟ

ବଜେଟ୍ ପୂର୍ବରୁ ସୁନା କିଣିବା ଠିକ୍‌ ହେବ

ଭୁବନେଶ୍ବର: କେନ୍ଦ୍ର ସରକାର ଆଗାମୀ ବଜେଟ୍‌ରେ ସୁନା ଉପରେ ସୀମା ଶୁଳ୍କ ବଢ଼ାଇ ପାରନ୍ତି। ଶୁଳ୍କ ବଢ଼ିଲେ ସୁନା ଦର ମହଙ୍ଗା ହେବ। ତେଣୁ ବର୍ତ୍ତମାନ ସୁନା କିଣିନେବା ଉଚିତ ହେବ ବୋଲି କହିଛନ୍ତି ରାଜ୍ୟର ପ୍ରମୁଖ ସୁନା ଗହଣା ସୋରୁମ୍‌ ଲାଲ୍‌ଚନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ। ସେ କହିଛନ୍ତି ଗତ ବର୍ଷ ଜୁଲାଇ ୨୩ରେ ପାରିତ ବଜେଟ୍‌ରେ ସୁନାର ସୀମା ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ କମିଥିଲା।

ଏହା ଫଳରେ ସୁନା ଆମଦାନୀରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଥିଲା। କିନ୍ତୁ ଏହା ନିଅଣ୍ଟିଆ ବାଣିଜ୍ୟ ପରିସ୍ଥିତି ସୃଷ୍ଟି କଲା। ସରକାର ଯଦି ଆଗାମୀ ବଜେଟ୍‌ରେ ସୀମା ଶୁଳ୍କ ବୃଦ୍ଧି କରନ୍ତି ଘରୋଇ ବଜାରରେ ସୁନା ଦର ବଢ଼ିପାରେ। ଏପରିକି ଶୁଳ୍କ ଅପରିବର୍ତ୍ତିତ ରହିଲେ ମଧ୍ୟ ବର୍ତ୍ତମାନର ଅନିଶ୍ଚିତ ବିଶ୍ବରେ ସୁନା ଦର ବଢ଼ିପାରେ। ତେଣୁ ବଜେଟ୍‌ ପୂର୍ବରୁ ସୁନା କିଣିବା ଠିକ୍ ହେବ ବୋଲି ଶ୍ରୀ ହଂସ ମତ ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button