IBN ଓଡ଼ିଶା ବ୍ୟୁରୋ

ବିବାହିତ ସ୍ତ୍ରୀମାନେ କାହିଁକି ପିନ୍ଧନ୍ତି ଗୋଡ ମୁଦି, ଏହା ପଛରେ ରହିଛି ଏହି ବଡ କାରଣ

ମସ୍ତେ ଜାଣିଛନ୍ତି କି ଗୋଡ ମୁଦି କଣ ହୋଇଥାଏ କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଗୋଡ ମୁଦି କାହିଁକି ପିନ୍ଧାଯାଏ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ କି ଗୋଡ ମୁଦି କାହିଁକି ପିନ୍ଧାଯାଏ । ଯେତେବେଳେ ଗୋଟିଏ ଝିଅର ବିବାହ ହୋଇଥାଏ ତେବେ ସେହି ଝିଅମାନଙ୍କୁ ଗୋଡ ମୁଦି ପିନ୍ଧିବାର ଅଧିକାର ଥାଏ । ଗୋଡ ମୁଦି ଏକ ଅଲଗା ସାମାଜିକ ମହତ୍ଵ ରଖିଥାଏ ।

ଗୋଡ ମୁଦି ସବୁବେଳେ ଚାନ୍ଦିର ହିଁ ହୋଇଥାଏ । ଏହାକୁ ସୁନାରେ ଏଥିପାଇଁ ତିଆରି କରାଯାଏ ନାହିଁ କାରଣ ସୁନା ଅଣ୍ଟା ତଳକୁ ପିନ୍ଧାଯାଏ ନାହିଁ । ସୁନା ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ । ସେଥିପାଇଁ ସୁନା ଦ୍ଵାରା ପ୍ରସ୍ତୁତ କୌଣସି ବି ଜିନିଷ ଗୋଡରେ ପିନ୍ଧିବା ଉଚିତ ନୁହେଁ ।

Image Courtesy: Google
ଗୋଡ ମୁଦି କାହିଁକି ପିନ୍ଧା ଯାଇଥାଏ
· ଗୋଡର ଆଙ୍ଗୁଠିରେ ଏଥିପାଇଁ ମୁଦି ପିନ୍ଧାଯାଏ କାରଣ ଏହା ଗୋଡର କିଛି ତନ୍ତ୍ରିକା ଉପରେ ପ୍ରଭାବ ପକାଇଥାଏ । ଯାହା ସ୍ୱାସ୍ଥ୍ୟ ସହ ଜଡିତ ହୋଇଥାଏ ।

· ଏହାର ପ୍ରୟୋଗ ତ ବହୁତ ପୁରୁଣା ସମୟରୁ ହୋଇ ଆସୁଅଛି । ଆପଣଙ୍କୁ କହିଦେଉଛୁ କି ଯେତେବେଳେ ରାବଣ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ ସେତେବେଳେ ମାତା ସୀତା ରାସ୍ତା ଦର୍ଶାଇବା ପାଇଁ ନିଜର ଗୋଡ ମୁଦିକୁ ଫୋପାଡି ଦେଇଥିଲେ ଯାହା ଦ୍ଵାରା ଶ୍ରୀରାମଙ୍କୁ ତାଙ୍କର ଠିକଣା ଜଣା ପଡିବ ।

· ଏହା ମହିଳାମାନଙ୍କୁ ଗର୍ଭ ଧାରଣ କରିବା ପାଇଁ ଭଲ ଅବସର ଦେଇଥାଏ କାରଣ ଏହା ମହିଳାଙ୍କ ମାସିକ ଧର୍ମର ଚକ୍ରକୁ ଠିକ ରଖିଥାଏ ।

Image Courtesy: Google
· ଯେଉଁ ଆଙ୍ଗୁଠିରେ ଗୋଡ ମୁଦି ପିନ୍ଧାଯାଏ ସେହି ଆଙ୍ଗୁଠିର ସମ୍ବନ୍ଧ ଗର୍ଭ ସହ ହୋଇଥାଏ ଓ ହୃଦୟ ପର୍ଯ୍ୟନ୍ତ ଯାଇଥାଏ ।

· ଆପଣ ସମସ୍ତେ ଏହା ଜାଣିଛନ୍ତି କି ସୁନା କିମ୍ବା ଚାନ୍ଦି ପିନ୍ଧିବା ଦ୍ଵାରା ଶରୀରରେ ବହୁତ ଊର୍ଜା ପ୍ରବେଶ କରିଥାଏ । ଯାହା ଶରୀରକୁ ତାଜା ଓ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

· ଚାନ୍ଦି ବି ଏକ ଭଲ କଂଡକ୍ଟର ଅଟେ ଓ ଧୁର୍ବୀୟ ଊର୍ଜାକୁ ଗ୍ରହଣ କରିଥାଏ ଓ ଶରୀରକୁ ଦେଇଥାଏ । ଯାହା ଦ୍ଵାରା ଶରୀରକୁ ସୁସ୍ଥ ଓ କେତେକ ରୋଗରୁ ଦୂରେଇ ରଖିଥାଏ । ଲେଖାଟି ଭଲ ଲାଗିଲେ ସେଆର କରିବେ । ଆମ ପେଜକୁ ଲାଇକ କରିଦିଅନ୍ତୁ ଯାହା ଫଳରେ ଆଗକୁ ଆମେ ଏମିତି ଅନେକ ଲେଖା ଆଣି ପାରିବୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button