IBN ଓଡ଼ିଶା ବ୍ୟୁରୋ

୬ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମେଘାଳୟରୁ ଗିରଫ କଲା ବିଏସ୍‌ଏଫ୍‌

ସିଲଂ: ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ମେଘାଳୟ ବାହିନୀ ଏକ ବଡ଼ଧରଣର ସୀମାପାର ଅନୁ୍ପ୍ରବେଶକୁ ପଣ୍ଡ କରିଛି। ୬ ଜଣ ବାଂଲାଦେଶୀ ନାଗରିକ ଲୁଚିଛପି ଭାରତ ସୀମାରେ ପ୍ରବେଶ କରିବା ବେଳେ ବିଏସ୍‌ଏଫ୍‌ ହାତରେ ଧରାପଡ଼ିଛନ୍ତି। ବିଏସ୍‌ଏଫ୍‌ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ବିବୃତିରେ କୁହାଯାଇଛି, ଗୁଇନ୍ଦା ସୂଚନା ଆଧାରରେ ପୂର୍ବ ଜୟନ୍ତିଆ ପର୍ବତର ଭାରତ-ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ର ୧୭୨ ବାଟାଲିଅନ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ୬ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯିବା ପରେ ପୁଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା, ଦୁଇଜଣ ଶିଶୁ, ୬ ଓ ୧୧ ବର୍ଷ ବୟସର ଦୁଇ ବାଳିକା ଅଛନ୍ତି। ସେମାନଙ୍କ ନିକଟରୁ ଜାଲ୍‌ ପ୍ରମାଣପତ୍ର ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button