ମୁଣ୍ଡରୁ ଉକୁଣିକୁ ଭଗାଇବା ପାଇଁ କରନ୍ତୁ ଏହି ସହଜିଆ ଉପାୟ, ଗୋଟେ ବି ଉକୁଣି ମୁଣ୍ଡରେ ରହିବ ନାହିଁ

ବନ୍ଧୁଗଣ ଉକୁଣି ଉଭୟ ପୁଅ ଓ ଝିଅଙ୍କ ମୁଣ୍ଡରେ ଦେଖାଯାଇଥାଏ । ହେଲେ ବିଶେଷ କରି ଝିଅ ପିଲାଙ୍କ ମୁଣ୍ଡରେ ଅଧିକ ଦେଖାଯାଇଥାଏ । ଯେହେତୁ ଝିଅ ମାନଙ୍କର ଚୁଟି ଅଧିକ ଥାଏ । ତ ସେମାନଙ୍କୁ ଉକୁଣି ବାହାର କରିବା ବହୁତ କଷ୍ଟ ପଡିଯାଏ । ଉକୁଣି ଏକ ପରଜୀବୀ ଅଟେ, ଯାହା ଆମ ମୁଣ୍ଡ ଚୁଟିରେ ରହି ଆମ ଶରୀରର ରକ୍ତକୁ ଆହାର ରୂପେ ଗ୍ରହଣ କରି ବଞ୍ଚିଥାଏ । ଉକୁଣି ଗୋଟେ ମୁଣ୍ଡରୁ ଅନ୍ୟ ଏକ ମୁଣ୍ଡକୁ ବହୁତ ସହଜରେ ଯାଇଥାଏ ।
ଏହି ଉକୁଣୀ ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ବିଭିନ୍ନ ପ୍ରକାର ତେଲ କି ଶାମ୍ପୁ ଆଣି ଚୁଟିରେ ଲଗାଇଥାନ୍ତି । ହେଲେ ବାହାରର ପ୍ରଡ଼କ୍ଟ ଅନେକ ସମୟରେ ଚୁଟିକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ । ଯାହାଫଳରେ ଚୁଟି ଡ୍ୟାମେଜ ହେବାର ସମ୍ଭାବନା ରହିଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ସରଳ ଘରୋଇ ଉପାୟ କହିବୁ, ଯାହାକୁ ବ୍ୟବହାର କରି ଆପଣ ନିଜ ସମସ୍ୟାକୁ ୧ ସପ୍ତାହ ମଧ୍ୟରେ ଦୂର କରିପାରିବେ ।
ସର୍ବ ପ୍ରଥମେ ଆପଣ ଏଥି ପାଇଁ କିଛି ଲିମ୍ବ ପତ୍ର ନିଅନ୍ତୁ । ଲିମ୍ବ ପତ୍ରକୁ ଗୋଟେ ବାଉଲରେ ରଖି ଅନ୍ୟ ଏକ ବାଉଲରେ ତୁଲସୀ ପତ୍ର ନିଅନ୍ତୁ । ଏହା ପରେ ଆପଣ ଲିମ୍ବ ଓ ତୁଳସୀ ପତ୍ରକୁ ଅଲଗା ଅଲଗା ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ପତ୍ରକୁ ଶୁଖିବା ପାଇଁ କିଛି ସମୟ ପର୍ଯ୍ୟନ୍ତ ସେମତି ଛାଡି ଦିଅନ୍ତୁ । ଉଭୟ ଲିମ୍ବ ଓ ତୁଳସୀ ପତ୍ର ଆମ ମୁଣ୍ଡ ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ପତ୍ରରେ କୀଟନାଶକ ଶକ୍ତି ରହିଥାଏ, ଯାହାଫଳରେ ଏହାର ବ୍ୟବହାରରେ ଉଙ୍କୁଣି ଦୂର ହୋଇଥାଏ ।