ଦେଶ

ଲୁନା-୨୫ ଖସିଥିବା ସ୍ଥାନ ଚିହ୍ନଟ କଲା ନାସା ଅର୍ବିଟର – Ibnodisha

[ad_1]

ନୂଆଦିଲ୍ଲୀ: ଗତମାସ ୨୧ ତାରିଖରେ ରୁଷ୍‌ର ମହାକାଶ ଗବେଷଣା ସଂସ୍ଥା ରସକସମସ ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁକୁ ପ୍ରେରଣ କରାଯାଇଥିବା ଲୁନା-୨୫ ଯାନ ଲକ୍ଷ୍ୟ ହାସଲ କରି ନପାରି ‌ସେଠାରେ ଖସି ପଡ଼ିଥିଲା। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଲୁନାର ରିକନାଇସାନ୍ସ ଅର୍ବିଟର (ଏଲଆରଓ) ଚନ୍ଦ୍ରପୃଷ୍ଠରେ ଏକ ନୂଆ ଗାତ ହୋଇଥିବା ଚିତ୍ର ସାମ୍ନାକୁ ଆଣିଛି। ଏହି ଗର୍ତ୍ତ ଲୁନା-୨୫ ମିସନ ବିଫଳ ହେବାର ଫଳ‌ ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ୨୦୨୨ ଜୁନରେ ଏଲଆରଓ ଏକ ଚିତ୍ର ଚନ୍ଦ୍ରପୃଷ୍ଠର ଫଟୋ ନେଇଥିଲା। ସେତେବେଳେ ଏହି ଗର୍ତ୍ତ ନଥିଲା। ତେଣୁ ନୂଆ ଗର୍ତ୍ତଟି ଲୁନା-୨୫ ଖସିପଡ଼ିବା କାରଣରୁ ହୋଇଛି ବୋଲି ଅନୁମାନ କରାଯାଉଛି। ଅବତରଣ ସମୟରେ ଲୁନା-୨୫ ମିସନରେ ତ୍ରୁଟି ଦେଖାଦେଇଥିଲା। ତେଣୁ ଉକ୍ତ ଗର୍ତ୍ତ ପ୍ରାକୃତିକ ପରିବର୍ତ୍ତେ ଲୁନା-୨୫ ଖସିପଡ଼ିବାଜନିତ ହୋଇପାରେ। ଚନ୍ଦ୍ରରେ ‌ଯେଉଁ ନୂଆ ଗର୍ତ୍ତ ସୃଷ୍ଟି ହୋଇଛି ଲୁନା-୨୫ ମିସନ ସ୍ଥାନର ନିକଟବର୍ତ୍ତୀ ହୋଇଥିବାରୁ ଏଭଳି ନିଷ୍କର୍ଷରେ ନାସାର ବୈଜ୍ଞାନିକମାନେ ପହଞ୍ଚିଛନ୍ତି। ନୂଆ ଫଟୋ ଉଠାଇବା ପାଇଁ ଏଲଆରଓ ମହାକାଶଯାନକୁ ଗତମାସ ୨୨ ତାରିଖରେ ଆବଶ୍ୟକ କମାଣ୍ଡ୍‌ ଦିଆଯାଇଥିଲା। ଚନ୍ଦ୍ରରେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ତାହାର ବ୍ୟାସ ପାଖାପାଖି ୧୦ ମିଟର। ଏଥିସହିତ ଚନ୍ଦ୍ରର ୫୭.୮୬୫ ଡିଗ୍ରି ଦକ୍ଷିଣ ଅକ୍ଷାଂଶ ଏବଂ ୬୧.୩୬୦ ଡିଗ୍ରି ପୂର୍ବ ଦ୍ରାଘିମାରେ ରହିଛି। ଲୁନା-୨୫କୁ ୬୯.୫୪୫ ଡିଗ୍ରି ଦକ୍ଷିଣ ଅକ୍ଷାଂଶ ଏବଂ ୪୩.୫୪୪ ଡିଗ୍ରି ପୂର୍ବ ଦ୍ରାଘିମାରେ ଅବତରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନରୁ ଏହାଠାରୁ ୪୦୦ କିମି ମଧ୍ୟରେ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button