ରାଜ୍ୟ

କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ – Ibnodisha

[ad_1]

ବାଲାଙ୍ଗିର : କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣା ଘଟିଛି ବାଲାଙ୍ଗିର ଜିଲ୍ଲା ପାଟଣାଗଡ଼ -ଧୂମାଭଟା ରାସ୍ତାର କଲେଜ ଗେଟ ସମ୍ମୁଖରେ। ମୃତ ଛାତ୍ରୀ ଜଣକ ହେଲେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସ୍ମିତା ଶୁଭଦର୍ଶନୀ ପ୍ରଧାନ। ଗତକାଲି ସକାଳେ ସ୍ମିତା ଘରୁ ସାଇକେଲ ଯୋଗେ କଲେଜ ଯାଉଥିଲେ। ଏହି ସମୟରେ କଲେଜ ଗେଟ ସମ୍ମୁଖରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ସ୍ମିତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ରଶ୍ମୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକତ୍ସାଧିନ ଅବସ୍ଥାରେ ରଶ୍ମୀଙ୍କର ମୃତ୍ୟୁ ଘଟିଥିଲା। ପାଟଣାଗଡ଼ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରିଛି। ଏହା ସହ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button