ଦେଶ

ପରଲୋକରେ ମହମ୍ମଦ ଅଲ୍‌-ଫୟଦ୍‌ – Ibnodisha

[ad_1]

ଲଣ୍ଡନ: ନିଜ ପ୍ରଚେଷ୍ଟା ବଳରେ କୋଟିପତି ହୋଇ ‘ହାରୋଜ୍‌ ଆଣ୍ଡ୍‌ ଫୁଲ୍‌ହମ୍‌ ଇସି’ (ମଲ୍‌) ଖରିଦ କରିଥିବା ଇଜିପ୍ଟର ବ୍ୟବସାୟୀ ମହମ୍ମଦ୍‌ ଅଲ୍‌-ଫୟଦ୍‌ଙ୍କର ବୁଧବାର ଦିନ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସ୍ମରଣଯୋଗ୍ୟ, ପ୍ରାୟ ୨୬ ବର୍ଷ ତଳେ ପ୍ୟାରିସ୍‌ରେ ଭୟାବହ କାର୍‌ ଦୁର୍ଘଟଣାରେ ଇଂଲଣ୍ଡ୍‌ର ଯୁବରାଣୀ ଡାଏନାଙ୍କ ସହିତ ତାଙ୍କ ପୁଅ ଦୋଦିଙ୍କର ମୃତ୍ୟୁ ହୋଇଥିଲା। ଦୋଦି ଓ ଡାଏନାଙ୍କ ୨୬ତମ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅଲ୍‌-ଫୟଦ୍‌ଙ୍କର ମୃତ୍ୟୁ ଘଟିଛି। ୧୯୨୯ ମସିହାରେ ଆଲେକ୍‌ଜେଣ୍ଡ୍ରିଆରେ ଜନ୍ମିତ ଅଲ୍‌-ଫୟଦ୍‌ ୧୯୬୦ ଦଶକରେ ଇଂଲଣ୍ଡ୍‌ ଚାଲିଯାଇଥିଲେ। ଦୁବାଇ ବିକାଶରେ ସେ ଥିଲେ ପ୍ରାରମ୍ଭିକ କର୍ଣ୍ଣଧାର। ପରେ ସେ ତାଙ୍କ ଭାଇମାନଙ୍କ ସହିତ ମିଶି ‘ହାରୋଜ’ ସମେତ ‘ହାଉସ୍‌ ଅଫ୍‌ ଫ୍ରେସର୍‌’ ଏବଂ ପ୍ୟାରିସ୍‌ରେ ଥିବା ‘ରିଜ୍‌ ହୋଟେଲ୍‌’ ଖରିଦ କରିଥିଲେ, ଯାହା ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ମାଲିକାନାରେ ଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button