ଜୁରିକ୍ ଡାଏମଣ୍ଡ ଲିଗ୍ ୨୦୨୩; ଦ୍ୱିତୀୟ ସ୍ଥାନରେ ରହିଲେ ନୀରଜ – Ibnodisha

[ad_1]
ଜୁରିକ୍ : ୱାର୍ଲ୍ଡ ଚାମ୍ପିଅନ୍ ତଥା ଅଲିମ୍ପିକ୍ସ ଚାମ୍ପିଅନ୍ ଭାରତୀୟ ଆଥ୍ଲେଟ୍ ନୀରଜ ଚୋପ୍ରା ଜୁରିକ୍ ଡାଏମଣ୍ଡ ଲିଗ୍ ୨୦୨୩ର ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଚାମ୍ପିଅନ୍ଶିପ୍ରେ ତାଙ୍କ ପ୍ରଦର୍ଶନ ଉତ୍ସାହଜନକ ରହନଥିଲା । ଗତ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଏହି ଚାମ୍ପିଅନ୍ଶିପ୍ର ଅନ୍ତିମ ପ୍ରୟାସରେ ୮୫.୭୧ ମିଟର ଜାଭେଲିନ୍ ଥ୍ରୋ’ କରି ଦ୍ୱିତୀୟରେ ରହିଥିଲେ । ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ବ୍ରୋଞ୍ଜ ପଦକ ଜିତିଥିବା ଚେକ୍ ରିପବ୍ଲିକର ଜାକବ୍ ଭାଡ୍ଲେକ ୮୫.୮୬ ମିଟର ଜାଭେଲିନ୍ ଥ୍ରୋ’ କରି ପ୍ରଥମ ସ୍ଥାନରେ ରହିଥିଲେ ।
ଜର୍ମାନୀର ଜୁଲିଆନ ୱେବର ୮୫.୦୪ ମିଟର ଜାଭେଲିନ୍ ଥ୍ରୋ’ କରି ତୃତୀୟରେ ରହିଥିଲେ । ନୀରଜଙ୍କ ଏହି ପ୍ରଦର୍ଶନ ତାଙ୍କ ସ୍ୱର୍ଣ୍ଣପଦକ ଜିତିବା ଅଭିଯାନରେ ବାଧା ଦେଇଛି । ଏହାପୂର୍ବରୁ ସେ ଦୋହା ଡାଏମଣ୍ଡ ଲିଗ୍, ଲୌସେନ୍ ଡାଏମଣ୍ଡ ଲିଗ୍ ଓ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ସ୍ୱର୍ଣ୍ଣପଦକ ଜିତିଥିଲେ । ତେବେ ଦ୍ୱିତୀୟ ସ୍ଥାନରେ ରହିବା ପରେ ନୀରଜ କହିଛନ୍ତି କି, ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ପରେ ମଧ୍ୟ ଏଭଳି ପ୍ରଦର୍ଶନ କରିବା ସହଜ ନୁହେଁ । କିନ୍ତୁ ଶାରିରୀକ ଫିଟ୍ ରହିବା ଜରୁରୀ । ଯାହାକୁ ଧ୍ୟାନ ଦେଇ ଚାମ୍ପିଅନ୍ଶିପ୍ ଗୁଡିକରେ ଅଂଶଗ୍ରହଣ କରୁଛି । ଜୁରିକ୍ ଡାଏମଣ୍ଡ ଲିଗ୍ରେ ନୀରଜ ପ୍ରଥମ ପୟାସରେ ମାତ୍ର ୮୦.୭୯ ମିଟର, ଦ୍ୱିତୀୟରେ ଫାଉଲ, ତୃତୀୟରେ ଫାଉଲ, ଚତୁର୍ଥରେ ୮୫.୨୨, ପଞ୍ଚମ ପ୍ରୟାସ ଫାଉଲ ପାଇଥିଲେ । ଅନ୍ତିମ ତଥା ଷଷ୍ଠ ପ୍ରୟାସରେ ସେ ୮୫.୭୧ ମିଟର ଲକ୍ଷ୍ୟ କରିଥିଲେ ।
[ad_2]