ରାଜ୍ୟ

ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ମୃତ ଓ ୩ ଗୁରୁତର, ଗୁରୁତରଙ୍କୁ ନିଜ ଗାଡିରେ ନେଲେ ଏସପି

ନବରଙ୍ଗପୁର : ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି l କୋଡିଙ୍ଗା ଥାନା ଅନ୍ତର୍ଗତ ଭାଟିଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁଇ ମୃତକ ହେଲେ ନବରଙ୍ଗପୁର ଥାନା ପଡାଲଗୁଡା ଗ୍ରାମର ରଘୁ ବୈରାଗୀ ଓ ଧନିଆ ମାଝୀ l

ଗୁରୁତର ଆହତ ହୋଇଥିବା ୩ ଜଣ ବ୍ୟକ୍ତି ହେଉଛନ୍ତି କୋଡୀଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗ୍ରାମର ଅବେଦ କୁମାର ତାରା, ଜଗତ ରାଜ ଖୁରା ଏବଂ ଅନ୍ୟ ଜଣେ ହେଉଛନ୍ତି ପଡାଲଗୁଡା ଗ୍ରାମର ସଦା ଭତରା l ଉକ୍ତ ରାସ୍ତା ଦେଇ କୋଷାଗୁମୁଡା ବ୍ଲକ ବଡ଼ଆମଡା ଗାଁ ଅଭିମୁଖେ ଯାଉଥିବା ନବରଙ୍ଗପୁର SP ମିହିର କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ଗୁରୁତର ଆହତଙ୍କୁ ନିଜ ଗାଡି ରେ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା କରାଇଛନ୍ତି l

ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଥାନା ଅନ୍ତର୍ଗତ ପଡାଲଗୁଡା ଗ୍ରାମର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୁସୁମପାଲି ଗ୍ରାମକୁ ନିଜର ସମ୍ପର୍କୀୟ ଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ପାଈଁ ଏକ ବାଇକ ଯୋଗେ ଯାଉଥିବା ବେଳେ ସାମ୍ନା ପଟୁ ଏକ ବାଇକ ଯୋଗେ ଚିର୍ମା ଗ୍ରାମର ଅବେଦ କୁମାର ତାରା ଓ ଜଗତ ରାଜ ଖୁରା ନବରଙ୍ଗପୁର ଅଭିମୁଖେ ଆସୁଥିଲେ l ତେବେ, କୋଡୀଙ୍ଗା ଥାନା ଅନ୍ତର୍ଗତ ଭାଟିଗାଁ ନିକଟରେ ସେମାନଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button