IBN ଓଡ଼ିଶା ବ୍ୟୁରୋ

ମହାକୁମ୍ଭରୁ ଫେରିବା ବେଳେ ଅଘଟଣ: ବାଇକ୍‌ ଆରୋହୀଙ୍କ ଉତ୍ପାତ ନେଲା ୫ ନେପାଳୀଙ୍କ ଜୀବନ

ମୁଜାଫରପୁର: ମହାକୁମ୍ଭରେ ଯୋଗଦେଇ ପ୍ରୟାଗରାଜରୁ ଫେରୁଥିବା ୫ ଜଣ ନେପାଳ ନାଗରିକଙ୍କର ଶନିବାର ବିହାରର ମୁଜାଫରପୁର ଜିଲ୍ଲାରେ ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରାସ୍ତା ଉପରେ କିଛି ବାଇକ୍‌ ଚାଳକ ଅଚାନକ ଷ୍ଟଣ୍ଟ୍‌ ଆରମ୍ଭ କରିଥିଲେ ଏବଂ ଜଣେ ବାଇକ୍‌ ଆରୋହୀକୁ ରକ୍ଷା କରିବାକୁ ଯାଇ ସେମାନଙ୍କ କାର୍‌ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ କାର୍‌ରେ ଥିବା ୯ ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଡିଭାଇଡରକୁ କାର୍ ଧକ୍କା ଦେବାର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓ ଏସ୍‌ୟୁଭିଟି ୫ ଥର ପଲଟିଥିଲା।

ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଅର୍ଚ୍ଚନା ଠାକୁର, ଇନ୍ଦୁ ଦେବୀ, ମନ୍ତରାଣୀ ଦେବୀ, ବାଲକୃଷ୍ଣ ଝା ଓ ଡ୍ରାଇଭର। ଆହତମାନେ ହେଲେ ମନୋହର ଠାକୁର, ସୃଷ୍ଟି ଠାକୁର, କାମିନୀ ଝା ଓ ଦେବତାରଣ ଦେବୀ। ଏମାନେ ସମସ୍ତେ ନେପାଳର ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। କାର୍ ଓଲଟି ପଡ଼ିବା ପରେ ବାଇକ୍ ଆରୋହୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଡିର ଏୟାରବ୍ୟାଗ୍ ନ ଖୋଲିବାରୁ ଦୁର୍ଘଟଣାଗ୍ରସ୍ତ କାର୍‌ରେ ଏତେ ସଂଖ୍ୟକ ମୃତ୍ୟୁ ହେଲା ବୋଲି କୁହାଯାଉଛି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନେପାଳ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଚେଷ୍ଟା ଚାଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button