ଦେଶ

ସୌର ମିସନ୍‌ର ମହିଳା ଶକ୍ତି ନିଗାର ସାଜି – Ibnodisha

[ad_1]

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳ ହେବା ପଛରେ ଯେଭଳି ମହିଳା ବୈଜ୍ଞାନିକଙ୍କ ହାତ ଥିଲା ଠିକ୍‌ ସେମିତି ଭାରତର ସୌର ମିସନ୍‌ ଆଦିତ୍ୟ ଏଲ୍‌୧ ପଛରେ ବି ମହିଳା ଶକ୍ତିଙ୍କର ହାତ ରହିଛି । ଆଦିତ୍ୟ ଏଲ୍‌-୧ର ପ୍ରକଳ୍ପ ନିର୍ଦ୍ଦେଶକ ନିଗାର ସାଜି ହେଉଛନ୍ତି ଏହି ମହାକାଶ ଅଭିଯାନ ପଛରେ ଜଣେ ମୁଖ୍ୟ ଶକ୍ତି। ୮ ବର୍ଷ ପୂର୍ବରୁ ସେ ଆଦିତ୍ୟ -ଏଲ୍‌୧ର ଦାୟିତ୍ବ ନେଇଛନ୍ତି। ସମ୍ମୁଖରେ ରହି ସେ ଆଦିତ୍ୟ-ଏଲ୍‌୧କୁ ସଫଳ କରିବା ଦିଗରେ କାମ କରିଛନ୍ତି। ନିଗାର ସାଜି ହେଉଛନ୍ତି ତାମିଲନାଡ଼ୁର ସେଙ୍ଗୋତ୍ତାଇ ବାସିନ୍ଦା। ମଦୁରାଇ କାମରାଜ ବିଶ୍ବବିଦ୍ୟାଳୟରେ ସେ ଅଧ୍ୟୟନ କରିଛନ୍ତି। ୧୯୮୭ରେ ସେ ଇସ୍ରୋରେ ଯୋଗ ଦେଇଥିଲେ ଏବଂ ଏବେ ସେ ବେଙ୍ଗାଲୁରୁରେ ରହୁଛନ୍ତି।

ସୌର ମିସନ୍‌ରେ ଯୋଗ ଦେବା ପୂର୍ବରୁ ସାଜି ବେଙ୍ଗାଲୁରୁର ୟୁଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟରରେ ଥିଲେ। ବିଭିନ୍ନ କ୍ଷେତ୍ରରେ ସେ ଭାରତର ରିମୋଟ୍‌ ସେନ୍ସିଂ, କମୁନିକେସନ୍‌ ଏବଂ ଇଣ୍ଟରପ୍ଲାନେଟାରି ସାଟେଲାଇଟ୍‌‌ରେ କାମ କରିଛନ୍ତି। ସାଜି କହିଛନ୍ତି, ଇସ୍ରୋରେ ମହିଳାଙ୍କ ପ୍ରତି କୌଣସି ପକ୍ଷପାତ କିମ୍ବା ଅସମାନତା ଭାବନା ଦେଖାଯା‌ଏନା। ମହିଳାଙ୍କୁ ଏଠାରେ କାମ କରିବାପାଇଁ ଉତ୍ସାହ ଏବଂ ପ୍ରେରଣା ଯୋଗାଇ ଦିଆଯାଏ। ସାଜି କହିଛନ୍ତି, ଏହା ଏକ ଚ୍ୟାଲେଞ୍ଜିଂ ପ୍ରୋଜେକ୍ଟ। ସାଜିଙ୍କ ସ୍ବାମୀ ହେଉଛନ୍ତି ଜଣେ ମେକାନିକାଲ ଇଞ୍ଜିନିୟର। ସେ ଦୁବାଇରେ କାମ କରୁଛନ୍ତି। ତାଙ୍କ ପୁଅ ନେଦରଲାଣ୍ଡରେ କାମ କରୁଛନ୍ତି ଏବଂ ଝିଅ ଜଣେ ଡାକ୍ତର।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button