ରାଜ୍ୟ

ଐର ଖାରବେଳ ମହୋତ୍ସବ ଉଦ୍‌ଘାଟିତ

ଖଣ୍ଡଗିରି: ‘ହେ ଫଗୁଣ ତୁମେ ଗଲା ପରେ ପରେ’, ‘ଯାଯାବର ମନ ମୋର’, ‘ଅବୁଝା ପ୍ରିୟତମା’ ଭଳି ଅକ୍ଷୟ ମହାନ୍ତିଙ୍କ ଗୀତରେ ଖଣ୍ଡଗିରି ଓଟିଡିସି ପାନ୍ଥିକାରେ ଉପସ୍ଥିତ ଦର୍ଶକମାନେ ଝୁମିଥିଲେ। ପଞ୍ଚାନନ ନାୟକ ଓ ତାଙ୍କ ଦଳର କଣ୍ଠଶିଳ୍ପୀମାନେ ଏସବୁ ଗୀତ ଗାଇ ଲୋକଙ୍କୁ ମତୁଆଲା କରିଦେଇଥିଲେ। ଓଡ଼ିଶୀ ନୃତ୍ୟଛନ୍ଦରେ ପ୍ରଜ୍ଞା ନୃତ୍ୟାୟନର ‘ଦେବୀ ଦଶ ବିଦ୍ୟା’ ନୃତ୍ୟ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇଥିଲା। ଐର ଖ‌ାରବେଳ ମହୋତ୍ସବ କମିଟି ଓ ଅନୁଚିନ୍ତନମ୍‌ର ଆନୁକୂଲ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ଐର ଖ‌ାରବେଳ ମହୋତ୍ସବର ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ସେହିଭଳି ମୂର୍ଚ୍ଛନା ଅନୁଷ୍ଠାନର ଗୋଟିପୁଅ ନାଚ, ନୃତ୍ୟ ସୃଜନର ସମ୍ବଲପୁରୀ ନାଚ ଦର୍ଶକଙ୍କୁ ବିମୋହିତ କରିଥିଲା।

ଏକାମ୍ର ବିଧାୟକ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଖଣ୍ଡଗିରି ପାନ୍ଥିକାରେ ଆଜି ଏହି ମହୋତ୍ସବ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ନାରୀନେତ୍ରୀ ରଶ୍ମି ମହାପାତ୍ର, ବରିଷ୍ଟ ନେତା ଗୋଲକ ମହାପାତ୍ର, ବ୍ଲକ୍ ଅଧ୍ୟକ୍ଷ ନିରୁପମା ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଛୋଟରାୟ, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ପୂର୍ବତନ କର୍ପୋରେଟର ରଘୁ ମହାନ୍ତି, ସ୍ଥାନୀୟ ନେତୃତ୍ୱ ସୁରେନ୍ଦ୍ର ପ୍ରଧାନ, ଇଦିଶ୍ ଭୂୟାଁ, ତାପସ ଦଳାଇ, ଧୀରେନ୍ ପାତ୍ର, ସ୍ୱୟଂ ସେବକ ରାୟ, ସୁରିୟ ପ୍ରସାଦ ରାଉତରାୟ, ସୁରେଶ ଦାସ, ସଂଗ୍ରାମ ମାର୍ଥା, ଅରୁଣ ପୁରୋହିତ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅନୁଚିନ୍ତମ୍‌ର ପ୍ରତିଷ୍ଠାତା ଶ୍ରୀନିବାସ ଖଟୁଆରି ମଞ୍ଚ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button