ମନୋରଞ୍ଜନ

ନୂତନ ଅବତାରରେ ରଣବୀର : ‘ବିଜିଏମ୍‌ଆଇ’ର ନୂଆ ବ୍ରାଣ୍ଡ୍‌ ଆମ୍ବାସଡର – Ibnodisha

[ad_1]

ଦକ୍ଷିଣ କୋରିଆର ପ୍ରଖ୍ୟାତ ଭିଡିଓଗେମ୍ କମ୍ପାନି ‘କ୍ରାଫଟନ୍‌’ର ଭାରତୀୟ ଶାଖା ଅଭିନେତା ରଣବୀର ସିଂହଙ୍କୁ ତାହାର ‘ବ୍ୟାଟଲ୍‌ ଗ୍ରାଉଣ୍ଡ୍‌ସ ମୋବାଇଲ୍‌ ଇଣ୍ଡିଆ’ (ବିଜିଏମ୍‌ଆଇ) ଗେମ୍‌ର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି। କମ୍ପାନିର ଏହି ସହଭାଗିତା ରଣବୀରଙ୍କ ଚରିତ୍ର ସହିତ ଖେଳର ରୋମାଞ୍ଚକୁ ମିଶ୍ରଣ କରିବାର ଲକ୍ଷ୍ୟ ରଖିଛି, ଯାହା ସାରା ଦେଶରେ ଲକ୍ଷ ଲକ୍ଷ ଗେମର୍‌ଙ୍କ ପାଇଁ ଏକ ଉନ୍ନତ ଅଭିଜ୍ଞତା ସୁନିଶ୍ଚିତ କରାଇବ ବୋଲି ଆଶା ରଖାଯାଇଛି। ଏହି ସହଯୋଗର ଅଂଶବିଶେଷ କ୍ରାଫଟନ୍‌ ଦ୍ବାରା ‘ପ୍ଲେ ପିଓର୍’ ଅଭିଯାନ ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି, ଯାହା ରଣବୀରଙ୍କ ଜରିଆରେ ଖେଳାଳିଙ୍କ ଅଭିନବତ୍ବକୁ ଉତ୍ସାହିତ କରିବ। ଏହି ଅଭିଯାନ ମାଧ୍ୟମରେ ବିଜିଏମ୍‌ଆଇ ଖେଳାଳିମାନଙ୍କୁ ଯୁଦ୍ଧକ୍ଷେତ୍ରରେ ସାହସିକତା ଓ ଅଭିନବତ୍ବକୁ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରାଯିବ ବୋଲି କୁହାଯାଇଛି।

ରଣବୀରଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ବ ଏବଂ ଅବିସ୍ମରଣୀୟ ନୈତିକ ଦୃଷ୍ଟିଭଙ୍ଗୀ ବିଜିଏମ୍‌ଆଇର ଆଭିମୁଖ୍ୟ ସହ ନିରବଚ୍ଛିନ୍ନ ଭାବେ ସମନ୍ବିତ ବୋଲି କ୍ରାଫଟନ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧିକାରୀ ହ୍ୟୁନିଲ ସୋହ୍ନ କହିଛନ୍ତି। ସେହିପରି ରଣବୀର ମଧ୍ୟ ତାଙ୍କର ଏହି ନୂତନ ଅବତାର ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ଜଣେ କଳାକାର ଭାବରେ ଖେଳକୁ ତାଙ୍କର ସୃଜନଶୀଳ ଅଭିବ୍ୟକ୍ତିର ଏକ ବିସ୍ତାର ବୋଲି ସେ ବିଚାର କରୁଛନ୍ତି। ଏଥି ସହିତ ଏହି ଅଭିଯାନରେ ସାମିଲ ହୋଇ ସେ ଅତ୍ୟନ୍ତ ଆନନ୍ଦିତ ଏବଂ ଭାରତୀୟ ଗେମର୍ ସମୁଦାୟ ସହ ପାରସ୍ପରିକ ରୋମାଞ୍ଚକର ଭାବ ବିନିମୟକୁ ସେ ଅପେକ୍ଷା କରି ରହିଛନ୍ତି ବୋଲି ରଣବୀର କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button